Sunday, March 29, 2026
39.1 C
Odisha

    ଅପରେସନ ସିନ୍ଦୂରର ହିରୋ ଥିଲା ରାଫେଲ, ବାୟୁସେନା ଉପମୁଖ୍ୟ ନାଗେଶ କୁମାରଙ୍କ ବୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ଅପରେସନ ସିନ୍ଦୂରର ସଫଳତା ପରେ ସମଗ୍ର ବିଶ୍ବ ଭାରତୀୟ ସେନାର ପ୍ରଶଂସା କରୁଛି । ଏହାକୁ ନେଇ ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ନାଗେଶ କୁମାର ରାଫେଲକୁ ହିରୋ ବୋଲି କହିଛନ୍ତି।

    ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ନାଗେଶ କୁମାର ମିଡିଆକୁ କହିଛନ୍ତି, ରାଫେଲ ଅପରେସନ ସିନ୍ଦୂରର ହିରୋ ଥିଲା, ଅନେକ ଅନ୍ୟ ହିରୋଙ୍କ ସହିତ । ୨୦୨୬ ଫେ୍ବଆରୀ ୨୭ରେ ଭାରତୀୟ ବାୟୁ.ସେନା ରାଜସ୍ଥାନ ପୋଖରନ ଫାୟାରିଂ ରେଞ୍ଚରେ ମେଗା ଏକ୍ସରସାଇଜ ବାୟୁ ଶକ୍ତି ୨୦୨୬ର ଆୟୋଜନ କରିବ । ଏହି ଯୁଦ୍ଧାଭ୍ୟାସର ଲକ୍ଷ୍ୟ ଦେଶର ବାୟୁସେନାକୁ ସଶକ୍ତ କରିବା, ଯୁଦ୍ଧ ପ୍ରସ୍ତୁତିର ପ୍ରଦର୍ଶନ କରିବା ଏବଂ ଯୁବପିଢିକୁ ଏୟାରଫୋର୍ସ ସହିତ ଜଡିତ ହେବାକୁ ପ୍ରେରିତ କରିବା ।

    ଏହି ଯୁଦ୍ଧାଭ୍ୟାସରେ ବାୟୁଶକ୍ତି ରାଫେଲ, ତେଜସ ଭାଗ ନେବେ । ଅପରେସନ ସିନ୍ଦୂରରେ ବାୟୁସେନାରେ ସଫଳ ଭୂମିକାର ଝଲକ ଦେଖାଇବ । ବାୟୁସେନାର ଲଢୁଆ ବିମାନ, ହେଲିକପ୍ଟର ଏବଂ ପରିବହନ ବିମାନ ସହିତ ୧୨୦ରୁ ଅଧିକ ବିମାନ ଅଭ୍ୟାସରେ ଭାଗ ନେବେ ।

    ରକ୍ଷା ମନ୍ତ୍ରଣାଳୟ ଏମଆରଏଫଏ ଅନୁଯାୟୀ, ୧୧୪ ଫ୍ରାନ୍ସରେ ନିର୍ମାଣ ରାଫେଲ ଜେଟ କିଣିବା ପାଇଁ ୩.୨୫ ଲକ୍ଷ କୋଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାହ ଫ୍ରାନ୍ସ ରାଷ୍ଟ୍ରପତି ଏମନୁଆଲ ମେକ୍ରୋଙ୍କ ଭାରତ ଗସ୍ତ ସମୟର କିଛିଦିନ ପୂର୍ବରୁ ହୋଇଛି । ଏହି ଡିଲ୍ ଦ୍ବାରା ନୂଆ ଗତି ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ