କାଠମାଣ୍ଠୁ : ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ । ଅବତରଣ ବେଳେ ବିମାନରେ ଲାଗିଲା ନିଆଁ । ବିମାନରେ ଥିଲେ ୨୭୮ ଯାତ୍ରୀ ପାଇଲେ ନୂଆ ଜୀବନ ।ଏହି ଭୟଙ୍କର ଦୁର୍ଘଟଣା ନେପାଳ ରାଜଧାନୀ କାଠମାଣ୍ଡୁରେ ଘଟିଛି ।
ଖବର ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତୁର୍କୀ ଏୟାରଲାଇନ୍ସର ବିମାନ TK-726 ଇସ୍ତାନବୁଲରୁ କାଠମୁଣ୍ଡ ଆସୁଥିଲା । ବିମାନଟି ଅବତରଣ କରିବା ସମୟରେ ଆଗ ଟାୟାରରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟଭୀତ ହୋଇଯାଇଥିଲେ । ବିମାନ ଟାୟାରରେ ନିଆଁ ଲାଗିଥିବା ଖବର ପାଇବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତତ୍ପରତା ଦେଖାଇ ବିମାନରେ ଥିବା ୨୭୬ ଯାତ୍ରୀଙ୍କୁ ଏମରଜେନ୍ସୀ ଦ୍ବାର ଦେଇ ବାହାର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଏୟାରପୋର୍ଟ ସୁରକ୍ଷା ଅଧିକାରୀ ରାଜକୁମାର ସିଲାୱାଲ କହିଛନ୍ତି, ତୁର୍କୀ ଏୟାରଲାଇନ୍ସଟି TK-726 ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା । ଲେଣ୍ଡିଂ ସମୟରେ ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟମର ନିଆଁ ଆୟତ୍ତ କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ବିମାନରେ ୨୭୮ ଯାତ୍ରୀ ଥିଲେ । ଏହାଛଡ଼ା ୧୧ କର୍ମଚାରୀ ଥିଲେ । ଯାତ୍ରୀଙ୍କ ଭିତରେ ଆମେରିକାର କିଛି ଅଧିକାରୀ ଥିବା ଜଣାପଡ଼ିଛି । ତେବେ ବିମାନର ଟାୟରରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ ।
