Saturday, September 27, 2025
27.6 C
Odisha

    ଅବପାତର ରୂପ ନେଲା ଲଘୁଚାପ; ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଲା । ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ଉତ୍ତରପଶ୍ଚିମ ଓ ପାଶ୍ବବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟରେ ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ହେବ । ସେପଟେ ଭୀଷଣ ବର୍ଷାକୁ ଆଖିଆଗରେ ରଖି ଏହି 3 ଜିଲ୍ଲାର ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ସରକାର । ଗଞ୍ଜାମ, କୋରାପୁଟ ଓ ମାଲକାନଗିରିରେ ସମସ୍ତ ସ୍କୁଲ ଛୁଟି ରହିବ । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କରିଥିଲେ। ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ୍ ଛୁଟି କରାଯାଇଛି । କିନ୍ତୁ ଶିକ୍ଷକମାନେ ସ୍କୁଲ୍‌ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଆବଶ୍ୟକ ହେଲେ ଲୋକଙ୍କୁ ସ୍କୁଲରେ ଆଶ୍ରୟ ଦିଆଯିବ ।

    ସେପଟେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ଆଶଂକା ରହିଛି । ଏହାର ମୁକାବିଲାପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଗତକାଲି ପ୍ରସ୍ତୁତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପ୍ରଭାବିତ ହେବାକୁ ଥିବା ୧୭ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ୩୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ୧ ତାରିଖରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    83 %
    3.7kmh
    100 %
    Sat
    27 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ