ନୂଆଦିଲ୍ଲୀ : ବଲିଉଡର ବିଗ୍ ବିଙ୍କୁ ବୋମା ଧମକ । ମୁମ୍ବାଇର ମେୟରଙ୍କ କାର୍ଯ୍ୟାଳୟ, ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସା ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ସହରର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଏକ ନୂଆ ଇମେଲ୍ ଆସିବା ପରେ ମୁମ୍ବାଇର ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସୁରକ୍ଷା ଟିମ୍ ଇ-ମେଲରେ ଉଲ୍ଲେଖ ଥିବା ସ୍ଥାନଗୁଡ଼ିକର ଯାଞ୍ଚ କରିଥିଲେ। କିନ୍ତୁ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ।
୨ ସପ୍ତାହ ମଧ୍ୟରେ ମୁମ୍ବାଇ ସ୍ଥିତ ଅମିତାଭ ବଚ୍ଚନଙ୍କ ଜଲସା ବାସଭବନକୁ ଦ୍ୱିତୀୟ ଥର ପାଇଁ ବୋମା ଧମକ ହୋଇଛି । ନଭେମ୍ବର ୬ ତାରିଖରେ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇ ଏକ ଇମେଲ୍ ଆସିଥିଲା । ପଞ୍ଜାବୀ ସିଙ୍ଗର ଦିଲଜିତ ଦୋସାଞ୍ଜଙ୍କ ମୁମ୍ବାଇରେ ହେବାକୁ ଥିବା କନସର୍ଟକୁ ବୋମା ଧମକ ମଳିଥିଲା ।
ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଯାଞ୍ଚ କରାଯାଉଛି । ପୋଲିସ କହିଛି ଯେ, ତାଙ୍କ ବଙ୍ଗଳା ଜଲସାରେ ତଲାସୀ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା । ସୂଚନାଯୋଗ୍ୟ, ନିକଟରେ ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ବିଷ୍ଣୋଇ ଗ୍ୟାଙ୍ଗ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।
