Friday, April 3, 2026
33.6 C
Odisha

    ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ୧ ଟଙ୍କା ହ୍ରାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍‌ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି। ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦେଶକ ଜୟେନ ମେହଟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।୨୦୨୪ ଜୁନରେ ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ମୂଲ୍ୟ ହ୍ରାସ ପରେ ଅମୁଲ ଗୋଲ୍ଡ କ୍ଷୀର ଲିଟର ୬୬ ଟଙ୍କା ପରିବର୍ତ୍ତେ ୬୫ ଟଙ୍କା ହୋଇଛି। ସେହିପରି ଅମୁଲ ଟି ସ୍ପେଶାଲ କ୍ଷୀର ୬୨ ଟଙ୍କାରୁ ୬୧ ଏବଂ ଅମୁଲ ତାଜା କ୍ଷୀର ୫୪ ଟଙ୍କାରୁ ୫୩ ଟଙ୍କାକୁ ହ୍ରାସ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ