Saturday, July 5, 2025
24.8 C
Odisha

    ଅମୃତଭଣ୍ଡା ଖାଇବା କେଉଁମାନଙ୍କୁ ମନା !ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଅମୃତଭଣ୍ଡାରେ ଭିଟାମିନ୍ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ମ୍ୟାଗନେସିୟମ୍, ପୋଟାସିୟମ୍, ନିୟାସିନ୍, ପ୍ରୋଟିନ୍, କାରୋଟିନ୍ ଏବଂ ପ୍ରାକୃତିକ ଫାଇବରେ ଭରା ଅମୃତଭଣ୍ଡା ଆମର ପାଚନ ପକ୍ରିୟାକୁ ବଢାଇଥାଏ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି’ ଅଧିକ ମାତ୍ରାରେ ଏହାର ସେବନ ଦ୍ବାରା କ’ଣ ଅସୁବିଧା ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଏହାକୁ ସେବନ କରିବା ଅନୁଚିତ୍ :

    1. ଗର୍ଭବତୀ ମହିଳା : ଅମୃତଭଣ୍ଡା ଖାସ୍ କରି କଞ୍ଚା ଅମୃତଭଣ୍ଡା ଅଧିକା ମାତ୍ରାରେ ଖାଇବା ଅନୁଚିତ୍ ଏହା ହାନିକାର ହୋଇଥାଏ କାରଣ ଏହା ସେବନ ଦ୍ବାରା ଆପଣଙ୍କର ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।

    2. ରକ୍ତ ଚାପର ସମସ୍ୟା ଥିବା ବ୍ୟକ୍ତି : ଅମୃତଭଣ୍ଡା ସେବନ କରିବା ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଯେଉଁ ମାନେ ରକ୍ତ ଚାପର ଓୗଷଧ ନେଉଛନ୍ତି ସେମାନେ ଅମୃତଭଣ୍ଡା ଖାଇବା କଥା ନୁହେଁ ।

    3. କିଡନରେ ଷ୍ଟୋନ୍ ହୋଇଥିଲେ : ଅମୃତଭଣ୍ଡାରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଆମକୁ ବିଭିନ୍ନ ରୋକରୁ ବଂଚାଇ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏକ ଅଧୟନରୁ ଜଣା ପଡିଛି କି ଅଧିକ ମାତ୍ରାରେ ଭିଟାମିନ୍ ସିର ସେବନ ଦ୍ବାରା କିଡନିରେ ଷ୍ଟୋନ୍ ତିଆରି କରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ।

    4. ତ୍ବଚା ଉପରେ ଖରାପ ପ୍ରଭାବ: ଯଦି ଆପଣଙ୍କର ତ୍ବଚା ଖାସ୍ କରି ହାତ ହଳଦୀଆ ପଡୁଛି ତ, ଆପଣ କାରୋଟମିଆ ନାମକ ତ୍ବଚା ରୋଗରେ ପିଡିତ । ଏହି କାରଣରୁ ଆଣଙ୍କ ଆଖି, ହାତ ଓ କାନ୍ଧର ରଙ୍ଗ ହଳଦୀଆ ହୋଇଥାଏ । ଅମୃତଭଣ୍ଡାରେ ବିଟା କରୋଟିନ୍ ରହିବା କାରଣରୁ ଆଲରଜିକର କାରଣ ହୋଇପାରେ । ଏହା ଅଧିକ ସେବନା ଦ୍ବାରା ତ୍ବଚା ଉପରେ ଖରାପ ପ୍ରଭାବ ପକାଇଥାଏ ।

    5. ସ୍ତନପାନ ସମୟରେ : ପିଲାଙ୍କୁ ସ୍ତନପାନ କରାଉଥିବା ମହିଳା ମାନଙ୍କୁ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଏହା ଛଡା ପିଲାଙ୍କୁ ୧ବର୍ଷ ଯାଏ ଅମୃତଭଣ୍ଡା ଖୁଆଇବା ଉଚିତ୍ ନୁହେଁ ।

    6. ଡାଇରିଆ ସମସ୍ୟାରେ : ଡାଇରିଆ ସମସ୍ୟାରେ ଥିବା ଲୋକ ମାନଙ୍କୁ ବିଲିକୁଲ୍ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    90 %
    2.5kmh
    92 %
    Sat
    25 °
    Sun
    25 °
    Mon
    25 °
    Tue
    25 °
    Wed
    23 °

    ସମ୍ବନ୍ଧିତ