Saturday, April 11, 2026
37.5 C
Odisha

    ଅର୍ଜୁ ରାଣା ଦେଉବା ହେଲେ ନେପାଳର ବୈଦେଶିକ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୋମବାର ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ରାଣା ହେଉଛନ୍ତି ନେପାଳର ଚତୁର୍ଥ ମହିଳା ବୈଦେଶିକ ମନ୍ତ୍ରୀ। ତାଙ୍କ ପୂର୍ବରୁ ବିମଳା ରାୟ ପୁଡେଲ, ସୁଜାତା କୋଇରାଲା ଓ ସାହାନା ପ୍ରଧାନ ନେପାଳର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।  ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରାଣା କହିଥିଲେ ଯେ ତଥ୍ୟ ଓ ପ୍ରମାଣ ଆଧାରରେ ସୀମା ବିବାଦର ସମାଧାନ ହେବା ଦରକାର। ଏହାଦ୍ୱାରା ପଡ଼ୋଶୀ ଦେଶସହ ଅନାବଶ୍ୟକ ବିବାଦର ଅନ୍ତ ଘଟିବ। ସେ କହିଛନ୍ତି ଯେ ଅତୀତ ଭଳି ସୀମାରେ ଲଗା ଯାଇଥିବା ପିଲର୍ ଗଣନା କରି ପଡ଼ୋଶୀ ଦେଶ ସହ ସୀମା ବିବାଦର ସମାଧାନ ହେବା ଜରୁରୀ ନୁହେଁ।ଭୂଗୋଳ, ଇତିହାସ ଏବଂ ନୂତନ ଜିପିଏସ୍ ଆଧାରିତ ବୈଜ୍ଞାନିକ ମାନଚିତ୍ର ଆଧାରରେ ଆମେ ଭାରତ ସହ ଆମର ସୀମା ବିବାଦର ସମାଧାନ କରିବୁ। ତେଣୁ ଏବେ କେଉଁ ସୀମା ପିଲର୍ କେଉଁଠି ଅଛି ତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆର୍ଜୁ ଦେଉବା କହିଛନ୍ତି, ଏବେ ତଥ୍ୟ ସାମ୍ନାକୁ ଆସିଛି। ତେଣୁ ଏବେ ଆମେ ଆମର ସୀମା ବିବାଦର ସମାଧାନ କରିପାରିବା ।ମୋ ସୂଚନା ଅନୁଯାୟୀ ମହାକାଳୀ ହେଉଛି ସୀମାନ୍ତ ନଦୀ। ଉଭୟ ଭାରତ ଓ ନେପାଳ ପାଖରେ ଏହାର ସୁବିଧା ରହିଛି। ତେଣୁ ଏହି ମାମଲାରେ ସବୁବେଳେ ବିବାଦ ଲାଗି ରହିଆସିଛି। ରାଣା ହେଉଛନ୍ତି ନେପାଳର ଚତୁର୍ଥ ମହିଳା ବୈଦେଶିକ ମନ୍ତ୍ରୀ। ତାଙ୍କ ପୂର୍ବରୁ ବିମଳା ରାୟ ପୁଡେଲ, ସୁଜାତା କୋଇରାଲା ଓ ସାହାନା ପ୍ରଧାନ ନେପାଳର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ