Sunday, October 4, 2026
24.3 C
Odisha

    ବିଜେପି ବୁଥ ସଭାପତିଙ୍କୁ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା  : ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ମାରିନ୍ ଥାନା ଅନ୍ତର୍ଗତ ରାମନଗର ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ କାଠ ଫାଳିଆ ଏବଂ ଇଟାରେ ମରଣାନ୍ତକ ଆକ୍ରମଣ କରାଯାଇଛି, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାମନଗର ଗାଁର ତପନ ଦାସ (୫୦)। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସେହି ଗାଁର ସଞ୍ଜୟ ମଣ୍ଡଳ ବୋଲି ଜଣାପଡ଼ିଛି ଏବଂ ପୋଲିସ ତାକୁ ଗିରଫ କରିଛି।

    ପ୍ରାଥମିକ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ଗାଁ ଭିତରେ ଗାଳିଗୁଲଜ କରି ଅଶାନ୍ତି ସୃଷ୍ଟି କରୁଥିଲା। ଏହା ଦେଖି ତପନ ସେଠାକୁ ଯାଇଥିଲେ ଏବଂ ଏଭଳି ଖରାପ ବ୍ୟବହାର ନକରିବାକୁ ତାକୁ ବୁଝାଇଥିଲେ। କିନ୍ତୁ ଏଥିରେ ଅଭିଯୁକ୍ତ ସଞ୍ଜୟ ରାଗିଯାଇ ଏକ କାଠ ଫାଳିଆ ଓ ଇଟାରେ ତପନଙ୍କୁ ଆକ୍ରମଣ କରିଥିଲା। ଏହି ମାଡ଼ ଯୋଗୁଁ ତପନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତପନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଏହି ଘଟଣା ପରେ ମୃତ ବ୍ୟକ୍ତିଙ୍କ ପତ୍ନୀ ନିଲୁ ଦାସ ଜମ୍ବୁ ମାରିନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତକୁ କାବୁ କରି ପଚରାଉଚରା ପାଇଁ ଥାନାକୁ ଆଣିଛି।ଏହି ସାଂଘାତିକ ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ପରିସ୍ଥିତି ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ