Friday, June 19, 2026
24.9 C
Odisha

    ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେ ବୈଭବ ସୂର୍ଯ୍ୟବଂଶୀ, ବିସିସିଆଇ ଜାରି କଲା ସିଡ୍ୟୁଲ୍

    ଆଗକୁ ପଢନ୍ତୁ

    ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ ଖେଳାଯିବ । ବିସିସିଆଇ ତରଫରୁ ଘୋଷଣା ସିରିଜ ଘୋଷଣା କରାଯାଇଛି । ଦୀର୍ଘଦିନରୁ ଖେଳୁଥିବା ଭାରତୀୟ ଟିମର ଷ୍ଟାର ଖେଳାଳି ବୈଭବ ସୂର୍ଯ୍ୟବଂଶୀକୁ ସୁଯୋଗ ମିଳିପାରେ । ବୈଭବ ବର୍ଷେ ହେଲାଣି ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

    ଭାରତର ଅଣ୍ଡର୧୯ ଟିମରେ ବୈଭବଙ୍କୁ ସୁଯୋଗ ମିଳିପାରେ । ଅଣ୍ଡର ୧୯ ଟିମ୍ ରାଜକୋଟରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍ ବିପକ୍ଷରେ ୩ଟି ୫୦ ଓଭର ମ୍ୟାଚ ଖେଳାଯିବ । ଏହି ମ୍ୟାଚ ରାଜକୋଟ ଏବଂ ଅହମଦାବାଦରେ ହେବ । ଏହି ସିରିଜ ୧୮ ସେପ୍ଟେମ୍ବରରୁ ୫ ଅକ୍ଟୋବର ଯାଏଁ ଖେଳାଯିବ । ଏହି ଅଣ୍ଡର-୧୯ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ।

    ଭାରତ ଏ ଏବଂ ଅଷ୍ଟ୍ରେଲିଆ ଏ ମଧ୍ୟରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ୍ ୪ ଦିନ ଖେଳାଯିବ । ସିରିଜର ପ୍ରଥମ ଟେଷ୍ଟ ୨୨ରୁ ୨୫ ସେପ୍ଟେମ୍ବର ଖେଳାଯିବ, ସେହିପରି ଦ୍ବିତୀୟ ଟେଷ୍ଟ ୨୯ ସେପ୍ଟେମ୍ବରରୁ ୨ ଅକ୍ଟୋବର ଯାଏଁ ଖେଳାଯିବ । ସେହିପରି ଲିଷ୍ଟ-ଏ ମ୍ୟାଚ ୬, ୯ ଏବଂ ୧୧ ଅକ୍ଟୋବରରେ ଖେଳାଯିବ ।

    ଆସନ୍ତା ଜାନୁଆରୀରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏନେଇ ପୂର୍ବରୁ ସିଡ୍ୟୁଲ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    77 %
    1kmh
    100 %
    Fri
    39 °
    Sat
    38 °
    Sun
    38 °
    Mon
    36 °
    Tue
    35 °

    ସମ୍ବନ୍ଧିତ