Friday, November 27, 2026
23.7 C
Odisha

    ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । କ୍ରାଇଷ୍ଟଚର୍ଚ୍ଚରେ ନିର୍ଣ୍ଣାୟକ ମୁକାବିଲା । ଖ୍ରୀଷ୍ଟଚର୍ଚ୍ଚର ହାଗଲେ ଓଭାଲଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନର ଲଞ୍ଚ୍ ପରେ ନ୍ୟୁଜିଲାଣ୍ଡ ୩୭.୫ ଓଭରରେ ୧ ୱିକେଟ୍ ହରାଇ ୧୦୬ ରନ୍ କରିଛି ।

    ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ଟମ୍ ଲାଥାମ୍ ଏବଂ ଡେଭନ୍ କନୱେ ଭାରତୀୟ ପେସ୍ ଆକ୍ରମଣକୁ ସଫଳତାର ସହ ସାମ୍ନା କରି ୭୭ ରନ୍ ର ଭାଗିଦାରୀ କରିଥିଲେ। ତେବେ ଲଞ୍ଚ୍ ପୂର୍ବରୁ ଶେଷ ବଲ୍ ରେ ପଦାର୍ପଣକାରୀ ବୋଲର ଗୁରନୁର ବ୍ରାର କନୱେଙ୍କୁ ୩୧ରନରେ LBW ଆଉଟ୍ କରିଥିଲେ। ୱେଲିଂଟନ୍ ରେ ପ୍ରଥମ ଟେଷ୍ଟ ଡ୍ର ରହିଥିବାରୁ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୦-୦ ସ୍ଥିତିରେ ରହିଛି ।

    ତେଣୁ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ କବ୍ ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଉଭୟ ଦଳ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଦୃଷ୍ଟିରୁ ମଧ୍ୟ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । କ୍ରାଇଷ୍ଟଚର୍ଚ୍ଚର ପିଚ୍ ସାଧାରଣତଃ ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ପିଚ୍ ରେ ଅତିରିକ୍ତ ବାଉନ୍ସ ଓ ସିମ୍ ମୁଭମେଣ୍ଟ ମିଳିବାର ସମ୍ଭାବନା ରହିଛି ।

    ତେଣୁ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ଗୁରନୁର ବ୍ରାରଙ୍କୁ ସୁଯୋଗ ଦିଆଯାଇଛି । ଅନ୍ୟପଟେ ଟମ୍ ଲାଥମଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଘରୋଇ ପରିବେଶର ଫାଇଦା ଉଠାଇ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି । ହାଗ୍ ଲି ଓଭାଲରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି । ୨୦୨୦ରେ ଏହି ମଇଦାନରେ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ତେଣୁ ଘରୋଇ ଦଳର ଦ୍ରୁତ ବୋଲିଂ ଆକ୍ରମଣକୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    50 %
    1.1kmh
    1 %
    Fri
    24 °
    Sat
    24 °
    Sun
    24 °
    Mon
    25 °
    Tue
    25 °

    ସମ୍ବନ୍ଧିତ