Friday, March 13, 2026
24.5 C
Odisha

    ଅସ୍ତିତ୍ୱ ବଂଚାଇବା ପାଇଁ ବିଜେଡି ଓ କଂଗ୍ରେସର ଆନ୍ଦୋଳନ : ବିରଂଚି ନାରାୟଣ ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୭: ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ଝିଅ ଦୁନିଆ ଦେଖିବା ପୂର୍ବରୁ ତାର ଅପମୃତ୍ୟୁ ହୋଇଛି । ମୃତା ସୈାମ୍ୟାଶ୍ରୀ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ, ତାହା କରିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଏହି ଅଭାବନୀୟ ଘଟଣା ଘଟିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋଦ ନିଜେ ଦୁଇ ଥର ଯାଇ ଘଟଣାର ତଦାରଖ କରିଛନ୍ତି । ପୀଡିତା ଚିକିତ୍ସିତ ହେଉଥିବା ଏମ୍ସ ମେଡିକାଲକୁ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି, ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ପହଂଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏପରିକି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ମହୋଦୟା ଓଡିଶା ଗସ୍ତ ଅବସରରେ ପୀଡିତାଙ୍କୁ ଭେଟି ପରିବାର ସହ ଆଲୋଚନା କରିଛନ୍ତି । ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କୈାଣସି ବିଜେଡି ନେତା କିମ୍ବା ମନ୍ତ୍ରୀ ପୀଡିତା କିମ୍ବା ପୀଡିତାଙ୍କ ପରିବାରକୁ ଭେଟି ସାମାନ୍ୟ ସମବେଦନା ବି ଜଣାଇନଥିଲେ । ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କଠୋରରୁ କଠୋର ପଦକ୍ଷେପ ଆରମ୍ଭରୁ ଗ୍ରହଣ କରିଛନ୍ତି । କେବଳ ଏଚଓଡି କିମ୍ବା ପ୍ରିନ୍ସିପାଲ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଯେଉଁମାନେ କର୍ତବ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଯେଉଁମାନେ ଛାତ୍ରୀଙ୍କୁ ଅପମାନିତ କରି ଆତ୍ମହତ୍ୟା ପାଇଁ ପ୍ରବର୍ତାଇଛନ୍ତି, ତାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ପୀଡିତାକୁ ନ୍ୟାୟ ଦେବା ହେଉଛି ଏକମାତ୍ର ଲକ୍ଷ୍ୟ । ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବାକୁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି । ବିଜେପି ସରକାର ମହିଳା ବିକାଶ ଓ ସଶକ୍ତିକରଣ ପ୍ରତି ସମର୍ପିତ । ମହିଳା ହିଂସାକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
    ଅନ୍ୟ ପଟେ ପ୍ରମୁଖ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ସମ୍ବେଦନହୀନତାର ସମସ୍ତ ସୀମା ଉଲ୍ଲଂଘନ କରି ହୀନ ରାଜନୀତି ଆରମ୍ଭ କରିଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ । ସାମାଜିକ ଗଣମାଧ୍ୟମରେ ସ୍ୱର୍ଗତଃ ସୈାମ୍ୟଶ୍ରୀଙ୍କ ଚରିତ୍ରର ସଂହାର କରିବା ସହିତ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାରର ଅପମାନଜନକ ଆକ୍ଷେପ କରାଯାଉଛି । ବିରୋଧୀଙ୍କ ଏଭଳି ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ଆଦୈା କ୍ଷମା କରିବେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
    ଶ।।ନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ବିଜେଡି ଅନୁମତି ନେଇଥିବାବେଳେ ହିଂସାତ୍ମକ ଆଚରଣ କରିଥିଲା । କିନ୍ତୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିଥିବାରୁ ପୋଲିସ ପ୍ରଶାସନ ଧନ୍ୟବାଦର ପାତ୍ର । ନିଜ ଅସ୍ତିତ୍ୱ ବଂଚାଇବା ପାଇଁ ବିଜେଡି ଲୋକସେବା ଘେରାଓ ନାମରେ ଆନ୍ଦୋଳନ କରିଛି । ମାତ୍ର ହାତଗଣତି କିଛି ନେତା ଓ ଅଳ୍ପ ସଂଖ୍ୟା କର୍ମୀମାନେ ଉପସ୍ଥିତ ଥିଲେ । ଯାହାକି, ଆଜିର ଘେରାଓ ଡାକରାକୁ ବିଜେଡି କର୍ମୀମାନେ ସମର୍ଥନ କରୁନଥିବା ସ୍ପଷ୍ଟ ହୋଇଛି । ନିଜ ୨୪ ବର୍ଷ ଶାସନରେ ବିଶ୍ୱସ୍ତରୀୟ ହସପିଟାଲ ଓ ଚିକିତ୍ସ ବ୍ୟବସ୍ଥା କରିଥିବାର ବାହାସ୍ପୋଟ ମାରୁଥିବା ବିଜେଡି ନେତାମାନେ କାହିଁକି ଆଜି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ? ବାସ୍ତବରେ ବିଜେଡି ଦୁର୍ବଳ ହେବାରେ ଲାଗିଛି । ଅନ୍ୟ ପଟେ ବିଜେଡିର ଭାଇ କଂଗ୍ରେସର ମଧ୍ୟ ସମାନ ପରିସ୍ଥିତି । ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଶ୍ରୀ ତ୍ରିପାଠୀ ଉଭୟ ବିଜେଡି ଓ କଂଗ୍ରେସ ଦଳକୁ ପରାମର୍ଶ ଦେଇଛନ୍ତି ।
    ଇତିହାସକୁ ମନେ ପକାଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନାରୀ ନିର୍ଯ୍ୟାତନାର ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବିଲତା, ମମିତା, ସ୍ମିତାରାଣୀଙ୍କ ସମେତ ଅନେକ ପରିବାରକୁ ନ୍ୟାୟ ଦେଇପାରିନଥିବା ବିଜେଡି ଶାସନ ଆଜି ମହିଳା ସୁରକ୍ଷା ପ୍ରସଙ୍ଗରେ ବିବୃତି ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ୨୦୧୮ ମସିହା ଜାନୁଆରୀ ୨ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ପୁରସ୍କାର କିଣି ଭୁବନେଶ୍ୱରରେ ଉତ୍ସବ ପାଳନ କରୁଥିବାବେଳେ ବହୁଚର୍ଚ୍ଚିତ କୁନ୍ଦୁଲୀ ପୀଡିତା ଆତ୍ମହତ୍ୟା କରିଥିଲେ । ଏପରିକି ପୀଡିତାଙ୍କ ପରିବାରକୁ ଟଙ୍କା ଜଚାଯାଇ ମୁହଁ ବନ୍ଦ କରିବାର ପ୍ରୟାସ କରାଯାଇଥିଲା । ସେତେବେଳେ ବିଜେଡି ନେତାମାନେ କୁଆଡେ ଯାଇଥିଲେ ? ବିଜେଡି ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅନେକ ମହିଳା ବ୍ୟଭୀଚାର ଘଟଣା ଘଟିଛି ଏବଂ ଅପରାଧୀମାନଙ୍କୁ ଖସାଇ ଦେବା ପାଇଁ ସରକାରୀ କଳ ଓ ପ୍ରଶାସନର ଅପବ୍ୟବହାର କରାଯାଇଛି, ଯାହାକୁ ଓଡିଶାର ଅଗଣିତ ମା ଓ ଭଉଣୀମାନେ ଦେଖିଛନ୍ତି । ତେଣୁ ବିଜେଡିର ଆନ୍ଦୋଳନ କେବଳ ଏକ ପ୍ରହସନ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ