Sunday, March 15, 2026
26.8 C
Odisha

    ଅହଂକାରୀ ଓ ଦରବାରୀ ମାନସିକତାର ପରିଚୟ ଦେଇଛି ବିଜେଡି: ସତ୍ୟବ୍ରତ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୭/୦୮: ବିଧାୟକମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାରଠାରୁ ଆରମ୍ଭ ହୋଇଛି । ଏଥିରେ ନବ ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା ପରିଚାଳନା ଶୈଳୀ ଓ ସେଥିରେ ସେମାନଙ୍କର ଗଠନମୂଳକ ଅଂଶଗ୍ରହଣ ସମ୍ବନ୍ଧରେ ସବିଶେଷ ତାଲିମ ଦିଆଯାଇଥାଏ । ଏହା ନୂଆ ବିଧାୟକମାନଙ୍କୁ ବିଧାନବ୍ୟବସ୍ଥାରେ ଅଧିକ ସକ୍ରିୟ ହେବା ପାଇଁ ସୁଯୋଗ ଦେଇଥାଏ। ଏହାର ସବିଶେଷ କାର୍ଯ୍ୟସୂଚୀ ଗୃହର ଅଧିଷ୍ଠାତା ବାଚସ୍ପତିଙ୍କ ଅନୁମୋଦନ କ୍ରମେ ସ୍ଥିରିକୃତ ହୁଏ । ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ବିରୋଧି ଦଳର ଅନୁଭବି ନେତା ନବୀନ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଫୁଲ୍ଲ ଘଡ଼େଇ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ବାଚସ୍ପତି ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦଳୀୟ ବିବେଚନାରୁ ଊର୍ଦ୍ଧ୍ୱରେ ରଖିବା ପାଇଁ ବାଚସ୍ପତିଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। କିନ୍ତୁ ବିଜୁ ଜନତା ଦଳ ପ୍ରଶିକ୍ଷଣ ବ୍ୟବସ୍ଥାର ଏକ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରି ଶସ୍ତା ରାଜନୀତି କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କୌଣସି ରାଜନୈତିକ ଦଳ ନିଜ ନବନିର୍ବାଚିତ ବିଧାୟକମାନଙ୍କୁ ନିଜସ୍ୱ ଢଙ୍ଗରେ ପ୍ରଶିକ୍ଷିତ କରିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ରରେ ପରମ୍ପରାରେ ବିଧାନସଭାର ଏକ ମର୍ଯ୍ୟଦାଜନକ ସ୍ଥାନ ରହିଛି । ସେହି ପରମ୍ପରାକୁ ଭଙ୍ଗ କରି ବିଜୁ ଜନତା ଦଳ ନିଜ ଅହଂକାରୀ ଅଗଣତାନ୍ତ୍ରିକ ମନୋବୃତିକୁ ସ୍ପଷ୍ଟ କରିଛି । “କାଳି ଗାଈର ଅଲଗା ଗୋଠ” ଭଳି ବିଜେଡିର ଏଭଳି ପ୍ରଚେଷ୍ଟା ଅସୁସ୍ଥ ମାନସିକତାର ପରଚିୟ । ବିଧାନ ବ୍ୟବସ୍ଥାରେ ଉଭୟ ସରକାରୀ ଓ ବିରୋଧି ଦଳର ବିଧାୟକମାନେ ମିଳିତଭାବେ ପ୍ରଶିକ୍ଷିତ ହେବାର ଏହି ପରମ୍ପରାକୁ ଉଭୟ ବିଜେଡି ଓ କଂଗ୍ରେସ ସଂକୀର୍ଣ୍ଣ ଦଳୀୟ ରାଜନୀତିର ଦୃଷ୍ଟିକୋଣରୁ ପରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଓ ବରିଷ୍ଠ ସାଂସଦ ଭର୍ତୃହରି ମହତାବଙ୍କ ଦୀର୍ଘ ସଂସଦୀୟ ଅନୁଭବରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗକୁ ହାତଛଡ଼ା କରାଇବା ନିଜ ଦଳର ବିଧାୟକମାନଙ୍କ ବୈଦ୍ଧିକ ବିକାଶ ଦିଗରେ ଏକ ଘୃଣ୍ୟ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ ଆଣିଛନ୍ତି । ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଏହା ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଜ୍ଞାନପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଆଗରୁ ଏଭଳି କାର୍ଯ୍ୟକ୍ରମ ଅନେକ ଥର ହୋଇଛି । ଏଥିରେ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକମାନେ ଯୋଗ ଦେବାର ସୁସ୍ଥ ଓ ମହାନ ପରମ୍ପରା ରହିଆସିଛି । ପ୍ରଥମଥର ପାଇଁ ନବୀନ ପଟ୍ଟନାୟକ ଏହି ପରମ୍ପରାକୁ ଭାଙ୍ଗି ଗଣତାନ୍ତ୍ରିକ ମହାପାପ କରିଛନ୍ତି । ନବାଗତ ବିଧାୟକମାନଙ୍କୁ ସୁଯୋଗ ନ ଦେବା ଅଭ୍ୟାସରୁ ନିବୃତ ହେବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜୁ ଜନତାଦଳ ମୁଖିଆ ନବୀନ ବାବୁଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    40 %
    3.9kmh
    80 %
    Sun
    28 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ