Saturday, July 12, 2025
29.1 C
Odisha

    ଅହମଦାବାଦ ବିମାନ ଦୁର୍ଘଟଣାର ମାସେ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ବିମାନ ଦୁର୍ଘଟଣାର ସାମ୍ନାକୁ ଆସିଲା ସତ । ଦୁର୍ଘଟଣାର ମାସେ ପରେ ଜଣାପଡିଲା ଅହମଦାବାଦ ବିମାନ ଦୁର୍ଘଟଣାର କାରଣ । ଇତିମଧ୍ୟରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି । ଯେଉଁଥିରେ ଜଣାପଡ଼ିଛି କି, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

    ରିପୋର୍ଟ ଅନୁସାରେ, ଉଡାଣ ଭରିବା ପରେ ପରେ ହିଁ ବିମାନର ୨ଟି ଯାକ ଇଞ୍ଜିନ ଆପେଆପେ ଖରାପ ହୋଇଥିଲା । ତେବେ ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍-ଅଫ୍’ ସ୍ଥିତିକୁ ଚାଲି ଯାଇଥିଲା, ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଯଦିଓ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରୀ କରିଥିଲା, କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା । ଆଉ ଏହାରି ଭିତରେ ଅକ୍ସିଲାରୀ ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ଅଟୋଷ୍ଟାର୍ଟ ମୋଡରେ ସକ୍ରିୟ ହୋଇଥିଲା, କିନ୍ତୁ ତାହା ବିମାନକୁ ସ୍ଥିର କରିପାରିନଥିଲା । ଯେଉଁଥିପାଇଁ ଏତେ ବଡ଼ ଅଘଟଣ ଘଟିଥିଲା ।

    ରିପୋର୍ଟରେ ଆହୁରି ସ୍ପଷ୍ଟ ହୋଇଛି ଯେ, ଯେତେବେଳେ ଦୁଇଟିଯାକ ଇଞ୍ଜିନ ବନ୍ଦ ହେଲା, ସେତେବେଳେ କକପିଟ୍ ଭଏସ ରେକର୍ଡରରେ ଜଣେ ପାଇଲଟ୍ ଅନ୍ୟ ପାଇଲଟଙ୍କୁ କହିଥିଲେ ଯେ, ତୁମେ ଇଞ୍ଜିନ କାହିଁକି ବନ୍ଦ କଲ ? ଜବାବରେ ଦ୍ବିତୀୟ ପାଇଲଟ୍ କହିଥିଲେ ଯେ ସେ ବନ୍ଦ କରିନାହାନ୍ତି । ଯେହେତୁ ଉଭୟ ପାଇଲଟ୍ ଇଞ୍ଜିନ ବନ୍ଦ କରିବା କଥାକୁ ଅସ୍ବୀକାର କରିଛନ୍ତି, ତେଣୁ ଏହା ଏକ ସମ୍ଭାବ୍ୟ ବୈଷୟିକ ତ୍ରୁଟି ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    75 %
    1.7kmh
    99 %
    Sat
    29 °
    Sun
    33 °
    Mon
    27 °
    Tue
    32 °
    Wed
    33 °

    ସମ୍ବନ୍ଧିତ