Saturday, April 11, 2026
25.2 C
Odisha

    ଆଇପିଏଲ ପରେ ଆର୍ୟରଲାଣ୍ଡ ସହିତ ଟି୨୦ ସିରିଜ ଖେଳିବ ଭାରତ, ବିସିସିଆଇ ଘୋଷଣା କଲା ଖେଳସୂଚୀ

    ଆଗକୁ ପଢନ୍ତୁ

    ଟିମ୍ ଇଣ୍ଡିଆ ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୨୬ ଏବଂ ୨୮ ଜୁନରେ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ । ବିସିସିଆଇ ତାରିଖ ସହିତ ସମୟ ଏବଂ ଭେନ୍ୟୁ ମଧ୍ୟ ଘୋଷଣା କରିଛି ।

    ଆର୍ୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ୨୬ ଜୁନ ବେଲଫାଷ୍ଟରେ ଖେଳାଯିବ । ସେହିପରି ୨୮ ଜୁନରେ ମଧ୍ୟ ସମାନ ଭେନ୍ୟୁରେ ମ୍ୟାଚ୍ ଖେଳାଯିବ । ଦୁଇଟି ଯାକ ଭାରତୀୟ ସମୟ ଅନୁସାରେ ୭.୩୦ରେ ଖେଳାଯିବ ।
    ତେବେ ଆଇପିଏଲ ପରେ ମଧ୍ୟ ଟିମ୍ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ସିରିଜ ଖେଳିବ । ଏଥିରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୩ଟି ଦିନିକିଆ ମ୍ୟାଚ ରହିଛି ।

    ଟିମ୍ ଇଣ୍ଡିଆ ଆର୍ୟରଲାଣ୍ଡ ସହିତ ଖେଳିବାର କୌଣସି କାର୍ଯ୍ୟକ୍ରମ ନଥିଲା । ଟିମ୍ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ । ଏଥିପାଇଁ ବିସିସିଆଇ ଏବଂ କ୍ରିକେଟ ଆୟରଲାଣ୍ଡର ରାଜସ୍ବ ବଢାଇବା ପାଇଁ ଏକ ଛୋଟ ଟୁର୍ । ଭାରତ-ଆର୍ୟରଲାଣ୍ଡ ଶେଷ ଥର ପାଇଁ ଟି୨୦ ବିଶ୍ବକପ ମ୍ୟାଚ୍ ୨୦୨୪ରେ ନ୍ୟୁୟର୍କରେ ଖେଳିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    58 %
    1.8kmh
    0 %
    Fri
    25 °
    Sat
    38 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ