Tuesday, March 31, 2026
25.7 C
Odisha

    ଆଉ ଏକ ଲଘୁଚାପ, ୪ରୁ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ମୁହାଁ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ଏହାର ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
    ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଇତିମଧ୍ୟରେ ଅବପାତର ରୂପ ନେଇଛି। ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅବପାତଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ଉପକୂଳ ଅଞ୍ଚଳ ଓ ପରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ରବିବାର ସନ୍ଧ୍ୟା ସୁଦ୍ଧା ଏହା ବିଶାଖାପାଟଣାରୁ ୯୦ କି.ମି. ଏବଂ ମାଲକାନଗିରିରୁ ୧୨୦ କି.ମି. ଦୂରରେ ରହିଥିବାବେଳେ ସୋମବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲ୍‌ମାର୍କ ଲୋପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ରବିବାର ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ, ତାଳଚେରରେ ୨୦.୦ ମିମି, ଖୋର୍ଦ୍ଧା ଜିଲାରେ ୧୭.୦ ମିମି, ମାଲକାନଗିରିରେ ୧୧.୬ ମିମି ଓ ଯାଜପୁରରେ ୧୦.୦ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ୨ ଓ ୩ ତାରିଖରେ ବଡ଼ ବର୍ଷା ହେବନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ୪ ତାରିଖରୁ ବର୍ଷାର ପରିମାଣ ପୁଣିଥରେ ବଢ଼ିପାରେ ବୋଲି ସୂଚନାଦିଆ ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ