Monday, March 23, 2026
32.9 C
Odisha

    ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ଧରାବତରଣ କରିବେ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର

    ଆଗକୁ ପଢନ୍ତୁ

    ଆମେରିକା : ଆଉ ମାତ୍ର ୪୦ ଘଣ୍ଟାର ଅପେକ୍ଷା। ପୃଥୀବି ପୃଷ୍ଠରେ ଓହ୍ଲାଇବେ ଦୁଇ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର। ସମୟ ଓ ତାରିଖ ମଧ୍ୟ ନାସା ପକ୍ଷରୁ ସ୍ପଷ୍ଟ ହୋଇଛି। ଆମେରିକା ସମୟ ଅନୁସାରେ ମଙ୍ଗଳବାର ସଂଧ୍ୟା ୫ଟା ୫୭। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ପୃଥିବୀ ପୃଷ୍ଟରେ ଧରାବତରଣ କରିବେ ଦୁଇ ମହାକାଶଚାରୀ। ତାଙ୍କୁ ଫେରାଇ ଆଣିବା ପାଇଁ ମହାକାଶ ଯାଇଛନ୍ତି ଆଉ ନୂଆ ୪ ଜଣ ମହାକାଶାଚାରୀ।

    ଫେରାଇ ଆଣିବା ପାଇଁ ଯାଇଛନ୍ତି ଡ୍ରାଗନ ସ୍ପେସକ୍ରାଫ୍ଟ। ୮ଦିନ ପାଇଁ ପ୍ରସ୍ତୁତ ହୋଇ ଯାଇଥିବା ସୁନୀତା ୯ ମାସ ହେଲା ମହାକାଶରେ ଫସି ରହିଛନ୍ତି। ତେଣୁ ତାଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ଫ୍ଲୋରିଡା ଉପକୂଳରେ ଦୁଇ ମହାକାଶଚାରୀ ଅବତରଣ କରିବେ।୨୦୨୪, ଜୁନ୍ ୮ ତାରିଖରେ ଷ୍ଟାରଲାଇନ ମହାକାଶ ଯାନରେ ଯାତ୍ରା ଆରମ୍ଭ କରିଥିଲେ ସୁନୀତା ଓ ବୁଚ୍। ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ମହାକାଶ ପଠାଯାଇଥିଲା। ହେଲେ ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ସେବେଠାରୁ ଫସି ରହିଛନ୍ତି ସୁନୀତା ଓ ବୁଚ୍। ମହାକାଶରେ ସବୁଠାରୁ ଅଧିକ ସମୟ ବିତାଇଥିବା ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ସୁନୀତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ