Monday, October 12, 2026
28 C
Odisha

    ଆଉ ନାହାନ୍ତି ଅଭିନେତ୍ରୀ ମଧୁ କାମ୍ବିକର

    ଆଗକୁ ପଢନ୍ତୁ

    ଲୋକପ୍ରିୟ ମରାଠୀ ଅଭିନେତ୍ରୀ ମଧୁ କାମ୍ବିକରଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି । ପୁଣେରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ମରାଠୀ ଚଳଚ୍ଚିତ୍ର ଜଗତ ସହ କଳାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ହେଲାଣି ରୋଗରେ ପୀଡିତ ଥିଲେ ।

    ମଧୁ କାମ୍ବିକରଙ୍କ ଜନ୍ମ ୨୮ ଜୁଲାଇ ୧୯୫୩ରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ମାଲେଗାଓଁ ଖୁର୍ଦରେ ହୋଇଥିଲା । ସେ ଷ୍ଟେଜ କାର୍ଯ୍ୟକ୍ରମରୁ ନିଜର କଳାତ୍ମକ ଯାତ୍ରା ଆରମ୍ଭ କରିଥିଲେ । ପରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ସେ ମରାଠୀ ଚଳଚ୍ଚିତ୍ର, ଲୋକନାଟକ, କମର୍ସିଆଲ୍ ଥିଏଟର ଏବଂ ଟେଲିଭିଜନରେ କାମ କରିଥିଲେ । ରାଜଦତ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶାପିତ୍’ ତାଙ୍କୁ ବିଶେଷ ପରିଚୟ ଦେଇଥିଲା ।

    ମଧୁ କାମ୍ବିକର ମରାଠୀ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ବହୁତ ଫିଲ୍ମରେ ସେ ମାଆ ଏବଂ ଶାଶୂ ଭୂମିକାରେ ନଜର ଆସିଥିଲେ । ଦିବଂଗତ ଅଭିନେତା ନାନା ପାଟେକରଙ୍କ ମାଆ ଭୂମିକାରେ ମଧ୍ୟ ସେ ଅଭିନୟ କରିଥିଲେ। ‘ହମ୍ ଦୋନୋ’ ଏବଂ ‘ଯଶୱନ୍ତ’ ଭଳି ଫିଲ୍ମରେ ନାନା ପାଟେକରଙ୍କ ମାଆ ଚରିତ୍ରରେ ଅଭିନୟ କରିଥିଲେ ।

    ମରାଠୀ ସିନେମା ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୭ ନଭେମ୍ବର ୨୦୧୬ରେ ଏକ କାର୍ଯ୍ୟକ୍ରମରେ ମଧୁ କାମ୍ବିକର ଲାବଣୀ ନୃତ୍ୟ ପରିବେଷଣ କରୁଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା । ପରେ ମେକଅପ୍ ରୁମକୁ ଯିବା ପରେ ତାଙ୍କୁ ଷ୍ଟ୍ରୋକ୍ ହୋଇଥିଲା । ଅସୁସ୍ଥତା ଯୋଗୁଁ ପରବର୍ତ୍ତୀ ସମୟରେ ତାଙ୍କୁ ଅଭିନୟ ଜଗତରୁ ଦୂରେଇ ରହିବାକୁ ପଡ଼ିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ