Thursday, July 3, 2025
23.9 C
Odisha

    ଆଖିରେ ଆସିବନି ଲୁହ, ଯଦି ପିଆଜ କାଟିବା ସମୟରେ ଏହି ୭ଟି କଥାକୁ ଦେବେ ଧ୍ୟାନ

    ଆଗକୁ ପଢନ୍ତୁ

    ଭାରତୀୟ ଖାଦ୍ୟରେ ପିଆଜ ଏମିତି ଏକ ଖାଦ୍ୟ ପଦାର୍ଥ ଯାହାକୁ ପ୍ରାୟ ସବୁ ଦିନ ବ୍ୟବହାର କରାଯାଇଥାଏ। ପରିବା ହେଉ କିମ୍ବା ମସଲା ସବୁ ଖାଦ୍ୟ ପଦାର୍ଥରେ ପିଆଜ ବିନା ଅଧୁରା ହୋଇଥାଏ। ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କୁ ପିଆଜ କାଟିବା ବେଳେ ଆଖିରୁ ଲୁହ ବାହାରିଥାଏ। ଆଉ ମଧ୍ୟ ଏମିତି ଲୋକ ଅଛନ୍ତି ଯେଉଁ ମାନେ କଟା ପିଆଜ ପାଖରେ ଛିଡା ହେଲେ ଆଖିରୁ ଲୁହ ବାହାରିଥାଏ। ଏପରି ହେବାର କାରଣ ହେଉଛି ପିଆଜରେ ମହଜୁଦ ଥିବା ପ୍ରାକ୍ରୁତିକ ଆମିନୋ ଏସିଡ୍। ଏହା ଦ୍ବାରା ହିଁ ଆମ ଆଖିରେ ଲୁହ ବାହାରିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ ଯାହା ସାହାଯ୍ୟରେ ଆପଣ ପିଆଜକୁ ସହଜରେ କାଟି ପାରିବେ ଏବଂ ଆପଣଙ୍କ ଆଖିରୁ ମଧ୍ୟ ଲୁହ ବାହାରିବନାହିଁ।

    ପିଆଜକୁ ଫ୍ରୀଜରେ ରଖିଦିଅନ୍ତୁ
    ଯେତେବେଳେ ଭି ଆପଣଙ୍କୁ ପିଆଜ କାଟିବାର ଥିବ ତେବେ ଏହାର ଏକ ଦୁଇ ଘଣ୍ଟା ପୁର୍ବରୁ ଫ୍ରୀଜରେ ରଖିଦିଅନ୍ତୁ। ଏହା ଥଣ୍ଡା ହେବା ପରେ ପିଆଜରୁ ବାହାରୁଥିବା ଆମିନୋ ଏସିଡ୍ ଗ୍ୟାସର ମାତ୍ରା କମି ଯାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରି କଟା ହୋଇଥିବା ପିଆଜକୁ ଫ୍ରୀଜରେ ରଖିବେ ନାହିଁ କାରଣ ଫ୍ରୀଜରେ ପିଆଜର ବାସ୍ନା ଖେଳି ଯାଇଥାଏ।

    ମହମବତୀ ଜଳାନ୍ତୁ
    ଯେଉଁଠି ପିଆଜ କାଟୁଛନ୍ତି ସେହି ଯାଗାରେ ମହମବତୀ ଜଳାଇ ରଖନ୍ତୁ। ଏଥିରୁ ବାହାରୁଥିବା ଧୂଆଁ ଆପଣଙ୍କ ଆଖପାଖରେ ୱାଟର ଏୟାର ବାଉଣ୍ଡେରୀ କରାଇଦିଏ। ଏହି କାରଣରୁ ଆପଣଙ୍କ ଆଖିରେ ପିଆଜର ପ୍ରଭାବ କମ୍ ହୋଇଥାଏ।

    ପାଣିରେ ଭିଜାଇ ଦିଅନ୍ତୁ
    ପିଆଜକୁ କାଟିବା ପୂର୍ବରୁ ତାହାର ଚୋପାକୁ କାଢ଼ି ପାଣିରେ ଭିଜାଇ ଦିଅନ୍ତୁ । ଏହି କାରଣରୁ ପିଆଜରୁ ବାହାରୁଥିବା ଗ୍ୟାସ ବସିଯାଇଥାଏ। ଏବଂ ପିଆଜ କାଟବା ସମୟରେ ଆଖିରେ ଲୁହ ମଧ୍ୟ ଆସି ନଥାଏ। ପିଆଜକୁ କାଟିବାର ଅଧାଘଣ୍ଟା ପୁର୍ବରୁ ଆପଣ ତାକୁ ପାଣିରେ ଭିଜାଇ ରଖନ୍ତୁ ।

    ପିଆଜ କାଟିବା ସମୟରେ ବ୍ରେଡ ଖାଆନ୍ତୁ
    ପିଆଜକୁ କାଟିବା ସମୟରେ ଆପଣ ମୁହଁରେ ବ୍ରେଡର ଏକ ଛୋଟ ଖଣ୍ଡ ରଖି ଦିଅନ୍ତୁ । ଏହାକୁ ଚୋବାଇବା ଦ୍ବାରା ଆପଣଙ୍କ ଆଖିରେ ପିଆଜର ଗ୍ୟାସ କମ୍ ହୋଇଥାଏ। ଯାହା ଦ୍ବାରା ଲୁହ ବାହାରି ନଥାଏ। ବ୍ରେଡକୁ ଚୋବାଇବାର କାରଣ ହେଉଛି ବ୍ରେଡ ପିଆଜରୁ ବାହାରୁଥିବା ଗ୍ୟାସକୁ ଶୀଘ୍ର ଶୋଷି ନେଇଥାଏ।

    ଚଷମା ପିନ୍ଧି ପିଆଜ କାଟନ୍ତୁ

    ଯେତେବେଳେ ମଧ୍ୟ ପିଆଜ କାଟିବାକୁ ଯାଉଛନ୍ତି ତେବେ ସନଗ୍ଲାସ, ସ୍ବିମିଙ୍ଗ ଗ୍ଲାସ କିମ୍ବା କୌଣସି ନର୍ମାଲ ଗ୍ଲାସକୁ ପିନ୍ଧି ଦିଅନ୍ତୁ। ଏହି ଉପାୟରେ ମଧ୍ୟ ପିଆଜର ଗ୍ୟାସ ଆଖି ମଧ୍ୟକୁ ଯାଇ ନଥାଏ ଏବଂ ଆପଣଙ୍କ ଆଖିରେ ଲୁହ ଆସି ନଥାଏ।
    ଛୁରୀରେ ଲେମ୍ବୁକୁ ଘସି ଦିଅନ୍ତୁ
    ପିଆଜର ଗ୍ୟାସ ଠାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ଏକ ଭଲ ଉପାୟ । ଯେଉଁଥିରେ ପିଆଜ କାଟିବାକୁ ଯାଉଛନ୍ତି ସେଥିରେ ଲେମ୍ବୁ ଘସି ଦିଅନ୍ତୁ ।। ଏହା ପରେ ପିଆଜ କାଟନ୍ତୁ , ଲେମ୍ବୁରସ କାରଣରୁ ପିଆଜର ଗ୍ୟାସ ଆଖି ପର‌୍ୟ୍ୟନ୍ତ ଯାଇନଥାଏ। ଏହା ଦ୍ବାରା ଆପଣଙ୍କ ଆଖିରେ ଲୁହ ବାହାରି ନଥାଏ।

    ଚୁଇଂଗମ୍ ଚୋବାନ୍ତୁ

    ପିଆଜ କାଟିବା ସମୟରେ ଆପଣ ଚୋବାଇବା ଦ୍ବାରା ଆପଣ ମୁହଁରେ ନିଶ୍ବାସ ନେବାକୁ ଲାଗିବେ। ପିଆଜରୁ ବାହାରୁଥିବା ଗ୍ୟାସ ଆପଣଙ୍କ ପାଖକୁ କମ୍ ଯାଇଥାଏ ଏବଂ ଆପଣଙ୍କର ଲୁହ ମଧ୍ୟ କମ୍ ବୋହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    3.6kmh
    100 %
    Thu
    24 °
    Fri
    29 °
    Sat
    29 °
    Sun
    25 °
    Mon
    24 °

    ସମ୍ବନ୍ଧିତ