Thursday, February 13, 2025
27.3 C
Odisha

    ଆଖି ବୁଜିଲେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରସିଦ୍ଧ ହିନ୍ଦୁସ୍ତାମୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକରଙ୍କ ମୁମ୍ବାଇରେ ପରଲୋକ ଘଟିଛି । ୮୦ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜ ଆବାସରେ ସେ ଗତକାଲି ରାତିରେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । କାରେକରଙ୍କୁ ‘ବକ୍ରତୁଣ୍ଡ ମହାକାୟ’ ଗୀତର କଣ୍ଠଶ୍ୱର ପାଇଁ ସମସ୍ତେ ଜାଣିଛନ୍ତି । ଏକ ଉତ୍କୃଷ୍ଠ ଗାୟକ ଏବଂ ଶିକ୍ଷକ ଭାବେ ସେ ଏଆଇଆରରେ ସମ୍ମାନୀତ ହୋଇଥିଲେ । ସେ ପଣ୍ଡତ ସୁରେଶ ହଲ୍‌ଦନକର, ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ଏବଂ ପଣ୍ଡିତ ସିଆର ବ୍ୟାସଙ୍କ ଭଳି ପ୍ରତିଷ୍ଠିତ ଗାୟକଙ୍କଠାତୁ ଶିକ୍ଷା ପ୍ରାପ୍ତ କରିଛନ୍ତି । ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ପଣ୍ଡିତ ପ୍ରଭାକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଏକ୍ସ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.3 ° C
    27.3 °
    27.3 °
    17 %
    2.6kmh
    1 %
    Thu
    25 °
    Fri
    33 °
    Sat
    34 °
    Sun
    36 °
    Mon
    37 °

    ସମ୍ବନ୍ଧିତ