Monday, October 19, 2026
21.9 C
Odisha

    ଆଖି ବୁଜିଲେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରସିଦ୍ଧ ହିନ୍ଦୁସ୍ତାମୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ପ୍ରଭାକର କାରେକରଙ୍କ ମୁମ୍ବାଇରେ ପରଲୋକ ଘଟିଛି । ୮୦ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜ ଆବାସରେ ସେ ଗତକାଲି ରାତିରେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । କାରେକରଙ୍କୁ ‘ବକ୍ରତୁଣ୍ଡ ମହାକାୟ’ ଗୀତର କଣ୍ଠଶ୍ୱର ପାଇଁ ସମସ୍ତେ ଜାଣିଛନ୍ତି । ଏକ ଉତ୍କୃଷ୍ଠ ଗାୟକ ଏବଂ ଶିକ୍ଷକ ଭାବେ ସେ ଏଆଇଆରରେ ସମ୍ମାନୀତ ହୋଇଥିଲେ । ସେ ପଣ୍ଡତ ସୁରେଶ ହଲ୍‌ଦନକର, ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ଏବଂ ପଣ୍ଡିତ ସିଆର ବ୍ୟାସଙ୍କ ଭଳି ପ୍ରତିଷ୍ଠିତ ଗାୟକଙ୍କଠାତୁ ଶିକ୍ଷା ପ୍ରାପ୍ତ କରିଛନ୍ତି । ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ପଣ୍ଡିତ ପ୍ରଭାକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଏକ୍ସ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ