Tuesday, April 28, 2026
31.3 C
Odisha

    ଆଗାମୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍

    ଆଗକୁ ପଢନ୍ତୁ

    ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ । ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ ୧୬୦୦ ଶୌଚାଳୟ । ଏହା ମଧ୍ୟରେ କିଛି ସ୍ଥାୟୀ ଶୌଚାଳୟ ରହିବ ।

    ସେହିପରି ରଥଯାତ୍ରା ନୀତି ,କାନ୍ତି , ବିଭିନ୍ନ ସୂଚନା ,ଶ୍ରଦ୍ଧାଳୁଙ୍କ ଅବସ୍ଥିତି , କେଉଁ ବାଟ ଦେଇ ପ୍ରସ୍ତାନ କରିବେ ,କେଉଁ ଆଡ଼କୁ ଯିବେନି ସେ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଲାଗିବ ୪୦ରୁ ଅଧିକ ଏଲଇଡି ଡିସପ୍ଲେ ସିଷ୍ଟମ । ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ନେଇ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ମଧ୍ୟ ପୂର୍ବରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରି ଆକ୍ସନ ପ୍ଲାନ୍ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

    ଜୁଲାଇ ୧୬ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ବେଳକୁ ମୌସୁମୀ ପ୍ରବେଶ କରିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପ ରଖାଯିବ । ପୁରୀ ମହାନଗର ନିଗମ ପକ୍ଷରୁ ସହରର ସମସ୍ତ ମୁଖ୍ୟ ଡ୍ରେନ ଦୁଇ ଥର ସଫା ହେବ। ରଥଯାତ୍ରା ପାଇଁ ୩ କୋଟି ବ୍ୟୟରେ ଅସ୍ଥାୟୀ ପାର୍କିଂ ସ୍ଥଳ କରାଯିବ । ରଥଯାତ୍ରାରେ ଯେପରି ଅଘଟଣର ପୁନରାବୃତ୍ତି ନ ହେବ ତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଆଗୁଆ ପଦକ୍ଷେପ ନେଉଛନ୍ତି । ଏ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    40 %
    6.3kmh
    60 %
    Tue
    40 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ