Thursday, May 21, 2026
43.7 C
Odisha

    ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ , ଗିରଫ ହେଲେ ଆକାଉଣ୍ଟସ ମ୍ୟାନେଜର

    ଆଗକୁ ପଢନ୍ତୁ

    ଦେବଗଡ : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍କାଳୀନ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି । ଡାକ୍ତରଖାନାରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଦେବଗଡ ଥାନା ପୋଲିସ ପରମେଶ୍ୱରଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।

    ଡାକ୍ତରଖାନାରେ ଆଟେଣ୍ଡାଂଟ, ଝାଡୁଦାର ଏବଂ ସୁପରଭାଇଜର ପଦବୀରେ ନିଯୁକ୍ତି ଦେବା ପାଇଁ ମୋଟା ରକମର ଟଙ୍କା ଆଦାୟ କରିଥିଲା । ଚାକିରି ପାଇଁ ୧୨ ଜଣ ଆଶାୟୀଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ହିସାବରେ ୧୫ ଲକ୍ଷ ୬୦ ହଜାର ଟଙ୍କା ଅସୁଲି କରିଥିଲା । ୨୦୨୫ ଜୁଲାଇ ମାସରେ ଟଙ୍କା ନେଇଥିବା ବେଳେ ୧୫ ଦିନ ମଧ୍ୟରେ ଚାକିରି କରାଇ ଦେବାର ପ୍ରତିଶ୍‌ତି ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଦିନ ଗଡାଇ ଚାଲିଥିଲା ।

    ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲାକୁ ବଦଳି ପରେ ସେ ଆଉ ଧରାଛୁଆଁ ଦେଉନଥିଲା । ଠକେଇର ଶିକାର ହୋଇଥିବା କୁରଡ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା ଗତ ମାର୍ଚ୍ଚ ୧୫ ତାରିଖ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଏନଏସ ର ଦଫା ୩୧୮ (୪), ୨୯୬, ୩୫୧ (୩) ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ଆଜି ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ଠାରୁ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.7 ° C
    43.7 °
    43.7 °
    10 %
    2.3kmh
    6 %
    Thu
    43 °
    Fri
    46 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ