Thursday, July 9, 2026
28.6 C
Odisha

    ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ, ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ଦିନ ଯାଏ ଲାଗି ରହିବ ଗରମ ଗୁଳୁଗୁଳି । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇପାରେ । ତେବେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ  । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ଆଗାମୀ ୨୪ ଘଣ୍ଟା ରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ,, ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ଝଟକା ପବନ ବହିବା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.6 ° C
    28.6 °
    28.6 °
    80 %
    2.3kmh
    100 %
    Thu
    27 °
    Fri
    26 °
    Sat
    23 °
    Sun
    29 °
    Mon
    26 °

    ସମ୍ବନ୍ଧିତ