Tuesday, October 6, 2026
31.6 C
Odisha

    ଟୋକନ ମିଳୁନି କି ଧାନ ଉଠୁନି, ୧୦ ଦିନ ହେଲା ଅନଶନରେ ବସିଛନ୍ତି ଚାଷୀ

    ଆଗକୁ ପଢନ୍ତୁ

    ପଦ୍ମପୁର: ଟୋକନ ମିଳୁନି, ଧାନ ଉଠୁନି । ୧୦ ଦିନ ହେଲା ଅନଶନରେ ବସିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ମଣ୍ଡିରେ ଆଜିକୁ ୧୦ ଦିନ ହେଲା ଚାଷୀ ଅନସନରେ ବସିଛନ୍ତି । ଟୋକେନ ମିଳି ନଥିବାରୁ ଧାନ ଉଠୁନି ।  ୧୦ ଦିନ ହେଲା ଅନସରରେ ବସିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ । ପ୍ରଶାସନ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦୦ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ ହୋଇଛି ।

    ଏନେଇ ପୂର୍ବରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ଚାଷୀ ।  ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା ।  ଏଣେ ଅଦିନିଆ ବର୍ଷାରେ ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । କାଳବୈଶାଖୀ ବର୍ଷାରେ ଭିଜୁଛି ।  ତେଣୁ ଚିନ୍ତାରେ ଅଛନ୍ତି ଚାଷୀ ।  ଅନ୍ୟପଟେ ଖରାରେ ଅନଶନରେ ବସିଥିବା ଚାଷୀଙ୍କ ମଧ୍ୟରୁ କିଛି ଚାଷୀ ଅସୁସ୍ଥ ହୋଇ ପଡ଼ିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ