Tuesday, April 7, 2026
26.1 C
Odisha

    ଆଜିକାଲି ଖୁବ କମ ଅୟୁରେ ଝିଅ ମାନଙ୍କର କାହିଁକି ହେଉଛି ପିରିୟ୍ଡ଼ସ ?

    ଆଗକୁ ପଢନ୍ତୁ

    ଝିଅମାନଙ୍କୁ ପିରିୟ୍ଡ଼ସ ହେବାର ଆୟୁ ସୀମା ୧୨ ରୁ ୧୫ ବର୍ଷ ରହିଥାଏ, କିନ୍ତୁ ଆଜିକାଲି ଦେଖା ଯାଉଛି ଖୁବ ଆୟୁ ବର୍ଗର ଝିଅ ମାନଙ୍କର ପିରିୟଡଶ ହୋଇଯାଉଛି, ଯେପରିକି ୧୦ ରୁ ନେଇ ୧୩ ବର୍ଷ ମଧ୍ୟରେ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏତେ କମ ଅୟୁରୁ ଝିଅ ମାନଙ୍କୁ ପିରିୟଡଶ ହୋଇଯିବ ପଛର କଣ କାରଣ ରହିଛି ? ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ। ଏଥିପାଇଁ ବିଶେଷ କାରଣଟି ହେଲା ପ୍ୟୁବର୍ଟି।

    ପ୍ୟୁବର୍ଟି କଣ –
    ପ୍ୟୁବର୍ଟି ଗୋଟିଏ ଏଭଳି ପ୍ରୋସେସ ଯାହା ପୁଅ ଓ ଝିଅଙ୍କ ଶରୀରରେ ପରିବର୍ତ୍ତନ ଆଣିଥାଏ। ଏଥିରେ ପ୍ରାଇଭେଟ ପାର୍ଟର ଡେଭେଲପମେଣ୍ଟ ହୋଇଥାଏ। ସାଧାରଣ ଭାବରେ ଝିଅ ମାନଙ୍କର ପ୍ୟୁବର୍ଟି ବୟସ ୧୦ ରୁ ୧୩ ବର୍ଷ ମଧ୍ୟରେ ଓ ପୁଅ ମାନଙ୍କର ୧୦ ରୁ ୧୪ ବର୍ଷ ମଧ୍ୟରେ ରହିଥାଏ। କିନ୍ତୁ ଆଜିକାଲି ଝିଅ ମାନଙ୍କ ମଧ୍ୟରେ ପ୍ୟୁବର୍ଟି ବୟସ ସୀମା ଖୁବ ଶୀଘ୍ର ଆରମ୍ଭ ହୋଇଯାଉଛି।ପ୍ୟୁବର୍ଟି ଦ୍ୱାରା ପିଲା ମାନଙ୍କର ଶାରୀରିକ ଓ ଭାବନାତ୍ମକ ପରିବର୍ତ୍ତନ ହୋଇଥାଏ।

    ଝିଅ ମାନଙ୍କର କମ ଅୟୁରେ କାହିଁକି ହେଉଛି ପ୍ୟୁବର୍ଟି –
    ଗବେଷକ ମାନେ ଯେତେବେଳେ ଝିଅ ମାନଙ୍କ ଶୀଘ୍ର ପ୍ୟୁବର୍ଟି ର କାରଣ କହିଥିଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଶାରୀରିକ ପରିବର୍ତ୍ତନ ପରେ ପିରିୟ୍ଡ଼ସ ହେବା ଆରମ୍ଭ ହୋଇଥାଏ କିନ୍ତୁ ଏହା ଆଜିକାଲି ଖୁବ ଶୀଘ୍ର ହୋଇ ଯାଉଛି, ଏହାପଛର ବିଶେଷ କାରଣ ହେଲା –

    – ନାକ ଓ ପାଟି ଜରିଆରେ ବିଷାକ୍ତ ଗ୍ୟାସ ଶରୀର ମଧ୍ୟକୁ ଯିବା
    – ଖୁବ କମ ବୟସରୁ ଅଧିକ ମୋଟାପଣ ବୃଦ୍ଧି
    – ମୋବାଇଲ ଓ ଟିଭି ଅଧିକ ଭାବରେ ଦେଖିବା
    – ଅଧିକ ମାତ୍ରାରେ ପ୍ରୋସେସଡ଼ ଫୁଡ ଖାଇବା
    – କୋଲଡ଼ ଡ୍ରିଂକ୍ସ ଅଧିକ ସେବନ
    – ଜଙ୍କ ଫୁଡ ଅଧିକ ଖାଇବା
    କାହିଁକିନା ଏହିସବୁ ଜିନିଷରେ ଅଧିକ ପରିଜର୍ଭେଟିବ ଦିଆଯାଇଥାଏ। ଯାହାକି ସମସ୍ୟାର କାରଣ ହୋଇଥାଏ।

    ହର୍ମୋନାଲ ଇମ୍ବାଲାନ୍ସ : ପିଲାଙ୍କ ଶରୀରରେ ଶୀଘ୍ର ହର୍ମୋନ ପରିବର୍ତ୍ତନ ହେଉ ଥିବା କାରଣରୁ ପିରିଅଡଶ ଶୀଘ୍ର ହେଉଛି।

    ଖାନପାନ : ଆଜିକାଲି ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ପ୍ରିଜର୍ଭଭେଟିବ ରହୁଥିବା କାରଣରୁ ହର୍ମୋନ ଅସନ୍ତୁଳନ ହେଉଛି।

    ପର୍ଯ୍ୟାବରଣ ପ୍ରଦୂଷଣ : ପର୍ଯାବରନ ପ୍ରଦୁଷଳ ଓ ଆମ ଜୀବନ ଚର୍ଯ୍ୟା ରେ ପରିବର୍ତ୍ତନ କାରଣରୁ ମଧ୍ୟ ଏଭଳି ସ୍ଥିତି ଉପୁଜୁଛି।

    ଓଜନ ବୃଦ୍ଧି : ପିଲାଙ୍କ ଓଜନ ବୃଦ୍ଧି ଦ୍ରୁତ ଗତିରେ ହେଉଥିବା କାରଣରୁ ମଧ୍ୟ ପିରିୟଡଶ ଶୀଘ୍ର ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ