Saturday, April 4, 2026
28.2 C
Odisha

    ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫଲାଇନ ଓ ଅନ୍ଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ପ୍ରଥମଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ। ଅଲଗା ହୋଇଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

    ଚଳିତ ବର୍ଷ କିଛି ନିୟମ କୋହଳ କରିଛନ୍ତି କେନ୍ଦ୍ର ସରକାର।ଦୁଇ ଚକିଆ ଯାନ, ଫିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ। ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି କରି ପାରିବେ ଆବେଦନ।ବାପଠୁ ଭିନ୍ନ ହୋଇଥିବା ପୁଅ ଏବଂ ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଏଥର ଆବେଦନ କରିପାରିବେ। ହେଲେ ପୂର୍ବରୁ ଏହିସବୁ ଉପରେ ରୋକ ଲାଗିଥିଲା। ହେଲେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମାନେ ସାମିଲ ହୋଇପାରିବେ।

    କିପରି କରିବେ ଆବେଦନ: ଏହି ଆବାସ ସର୍ଭେ ପାଖାପାଖି ୨ ମାସ ଚାଲିବ। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ଆବେଦନକରୀମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ସଚେତନ କରିସାରିଛି।

    ଟୋଲ୍ ଫ୍ରି ନମ୍ବର: ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି। ୦୬୭୪-୬୮୧ ୭୭୭୭ରେ ଯୋଗାଯୋଗ କରି ହିତାଧିକାରୀମାନେ ସହାୟତା ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ