Saturday, October 10, 2026
24.4 C
Odisha

    ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଫଳସ୍ବରୂପ କେତେକ ସ୍ଥାନରେ ପହିଲି ଶୀତ ପଡ଼ିପାରେ। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ କିଛି ଜାଗାରେ ରାତି ତାପମାତ୍ରା କମିବ। କିନ୍ତୁ ଆଭ୍ୟନ୍ତରୀଣ ଓ ଉପକୂଳରେ ରାତି ତାପମାତ୍ରା କମିଲେ ବି ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ନାହିଁ। କାରଣ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଏବଂ କୋରାପୁଟକୁ ଛାଡ଼ି ଦେଲେ ବାକି ସମସ୍ତ ସ୍ଥାନରେ ୨୦ଡିଗ୍ରୀ ଉପରେ ରହିଛି।

    ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିପାରେ। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରେ କିଛି ସ୍ଥାନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଶନିବାର କୋରାପୁଟରେ ରାତି ତାପମାତ୍ରା ୧୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୮ ଏବଂ ଦାରିଙ୍ଗବାଡ଼ିରେ ୧୮.୫ଡିଗ୍ରୀ ରହିଛି। ସେହିପରି ପାରାଦ୍ବୀପରେ ସର୍ବନିମ୍ନ ତାପମାତ୍ରା ୨୭.୨ ଡିଗ୍ରୀ, ପୁରୀରେ ୨୭.୪, ବାଲେଶ୍ବରରେ ୨୫.୫, ଚାନ୍ଦବାଲି ୨୫.୮, ଭୁବନେଶ୍ବର ୨୫ ଏବଂ କଟକରେ ୨୩ଡିଗ୍ରୀ ରହିଛି।
    ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ହେଲେ ଆଗାମୀ ୧୨ଘଣ୍ଟା ମଧ୍ୟରେ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ