Sunday, September 20, 2026
24.1 C
Odisha

    ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟ୍ବେଣ୍ଟି୨୦

    ଆଗକୁ ପଢନ୍ତୁ

    ହୋବାର୍ଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆଜି ଖେଳାଯିବ। ୨ଟି ମ୍ୟାଚ୍‌ ପରେ ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ତେବେ ଭାରତ ପାଇଁ ଏହା ଏକ ଆଶ୍ବସ୍ତି ଯେ ଗତ ୨ଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିବା ଫାଷ୍ଟବୋଲର ଜୋସ୍‌ ହାଜେଲ୍‌ଉଡ୍‌ ଆଉ ଏକ ଶୃଙ୍ଖଳାରେ ଖେଳିବେ ନାହିଁ। ଆସେସ୍ ପ୍ରସ୍ତୁତି ପାଇଁ ହାଜେଲ୍‌ଉଡ୍‌ ଚାଲି ଯାଇଛନ୍ତି। ଶୁକ୍ରବାର ଦ୍ବିତୀୟ ଦିନିକିଆ ହାଜେଲ୍‌ଉଡ୍‌ ଏକା ବିସ୍ଫୋରକ ଭାରତୀୟ ବ୍ୟାଟିଂ ଲାଇନ୍‌କୁ ରୋକିଥିଲେ। ୪ ଓଭରରୁ ମାତ୍ର ୧୩ ରନ୍‌ ଦେଇ ହାଜେଲ୍‌ଉଡ୍‌ ଭାରତର ୩ ପ୍ରମୁଖ ବ୍ୟାଟ୍‌ସମ୍ୟାନଙ୍କୁ ଆଉଟ୍‌କରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ହାଜେଲ୍‌ଉଡ୍‌ ଚାଲି ଯାଇଥିବା ବେଳେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଖେଳିବାକୁ ଯାଉଛନ୍ତି। ଭାରତ ବିପକ୍ଷ​‌େ​‌ର ମ୍ୟାକ୍ସୱେଲଙ୍କ ରେକର୍ଡ ଭଲ ଓ ସେ ଜଣେ ଉପଯୋଗୀ ସ୍ପିନର। ମ୍ୟାକ୍ସୱେଲ୍‌ ଖେଳିଲେ ଅଷ୍ଟ୍ରେଲିଆ ମଧ୍ୟକ୍ରମରେ ମିଚେଲ ଓୱେନ୍ କିମ୍ବା ମାଥ୍ୟୁ ସର୍ଟଙ୍କ ମଧ୍ୟରୁ ଜଣେ ବସିବେ। ଅନ୍ୟପକ୍ଷରେ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କ ସ୍ଥାନରେ ସନ୍ ଆବଟ୍‌ କିମ୍ବା ନବାଗତ ଫାଷ୍ଟବୋଲର ମାହ୍‌ଲି ବିୟର୍ଡମ୍ୟାନ୍‌ ଖେଳିପାରନ୍ତି।

     

    ପ୍ରଥମ ମ୍ୟାଚ୍‌ରେ ସାଢ଼େ ୯ ଓଭର ଖେଳରେ ଭାରତୀୟ ବ୍ୟାଟ୍‌ସମ୍ୟାନ ସେମାନଙ୍କ ଦମ୍ ଦେଖାଇଥିଲେ। ହେଲେ ମେଲ୍‌ବୋର୍ଣ୍ଣ ଟ୍ବେଣ୍ଟି୨୦ରେ ଅଭିଷେକ ଶର୍ମାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ହେଲେ ହୋବାର୍ଟରେ ଅପେକ୍ଷାକୃତ ଦୁର୍ବଳ ଅଷ୍ଟ୍ରେଲିଆ ଆକ୍ରମଣ ବିପକ୍ଷରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ଼ ସ୍କୋର୍‌ କରିବା ସହ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିବାର ପ୍ରୟାସ କରିବେ। ଅଭିଷେକ ଶର୍ମା, ଶୁଭମନ ଗିଲ୍‌, ତିଳକ ବର୍ମା, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟ୍‌ସମ୍ୟାନ ଅଷ୍ଟ୍ରେଲିଆର ଏହି ବୋଲିଂ ଲାଇନ୍ ବିପକ୍ଷରେ ବଡ଼ ସ୍କୋର୍‌ କରିପାରନ୍ତି। ହୋବାର୍ଟର ପିଚ୍‌ ବ୍ୟାଟ୍‌ସମ୍ୟାନଙ୍କୁ ସୁହାଇବ ଏବଂ ବଡ଼ ସ୍କୋର୍‌ର ମ୍ୟାଚ୍‌ ହେବ। ମ୍ୟାଚ୍‌ ଜିତିବା ପାଇଁ ଅଷ୍ଟ୍ରେଲିଆ ଦୁଇ ବିସ୍ଫୋରକ ଓପ୍‌ନର ଟ୍ରାଭିସ୍ ହେଡ୍‌ ଓ ଅଧିନାୟକ ମିଚେଲ ମାର୍ଶଙ୍କ ଉପରେ ନିର୍ଭର କରିବ। ହେଡ୍‌ ଦୁଇଟି ମ୍ୟାଚ୍‌​‌େ​‌ର ବିଫଳ ହୋଇଥିଲେ ହେଁ ମେଲ୍‌ବୋର୍ଣ୍ଣରେ ବିସ୍ଫୋରକ ଇନିଂସ ଖେଳିଥିଲେ। ତେଣୁ ମ୍ୟାଚ୍‌ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ଜଲ୍‌ଦି ଏହି ଦୁଇ ଓପ୍‌ନରଙ୍କୁ ଆଉଟ୍‌ କରିବାକୁ ପଡ଼ିବ। ବିଶେଷକରି ଯଶପ୍ରୀତ ବୁମ୍‌ରାଙ୍କୁ ନୂଆ ବଲ୍‌ରେ ୱିକେଟ୍‌ ନେବାକୁ ପଡ଼ିବ। ଭାରତୀୟ ଦଳ ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ତଥାପି ଯଦି ଶିବମ୍ ଦୁବେ ବୋଲିଂରେ ସଫଳ ହୋଇପାରିବେ ନାହିଁ ବୋଲି ଦଳ ଚିନ୍ତାକରେ; ତେବେ ତାଙ୍କ ସ୍ଥାନରେ ରିଙ୍କୁ ସିଂହ ଖେଳିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ