Saturday, October 10, 2026
27.9 C
Odisha

    ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣା: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ଭୁବନେଶ୍ବର ଆଣିଲା କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ଏଣେ ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି।

    ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଗତକାଲି ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଛି କ୍ରାଇମବ୍ରାଞ୍ଚ ଟିମ୍।  ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ଶଙ୍କରକୁ ଧରି ଓଡ଼ିଶା ଆସୁଛନ୍ତି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠଭୂମି ରହିଛି। ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ  କରୁଥିଲେ। ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ