Tuesday, May 13, 2025
28.3 C
Odisha

    ଆଜିଠୁ ଆହୁରି ବଢିବ ତାତି

    ଆଗକୁ ପଢନ୍ତୁ

    ଆଜିଠୁ ଆହୁରି  ବଢିବ ତାତି । ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ । ଗତକାଲି ୧୧ ସ୍ଥାନରେ ପାରଦ ୪୨ ଡିଗ୍ରୀ ଅତିକ୍ରମ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୫. ୪ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି ।  ସମ୍ବଲପୁରରେ ୪୩ ଡିଗ୍ରୀ, ହୀରାକୁଦରେ ୪୨ ଦଶମିକ ୪ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଉପକୂଳରେ ତାପମାତ୍ରା କମ ଥିଲେ ବି ଗୁଳୁଗୁଳି କଲବଲ କରୁଛି । ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ସବୁଠୁ ଅଧିକ ଗରମ ଅନୁଭୂତ ହେବ । ଆସନ୍ତାକାଲି  ପଶ୍ଚିମ ଓଡ଼ିଶାର  ୭ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲ୍ଲାରେ ଗରମ ଗୁଳୁଗୁଳିକୁ ନେଇ ଆଲର୍ଟ ଜାରି  କରାଯାଇଛି ।  ୨୪ରେ ମଧ୍ୟ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ାରେ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶା ତାପମାତ୍ରା ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଡ କଥା ହେଉଛି ୬୦ ପ୍ରତିଶତ ଆଦ୍ରତା ଯୋଗୁଁ ଶରୀରକୁ ଅନୁଭୂତ ହେଉଥିବା ତାପମାତ୍ରା ୫୦ ଡିଗ୍ରୀ ଭଳି ଲାଗୁଛି । ଅସହ୍ୟ ଗୁଳୁଗୁଳି ଓ ଗରମ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତ ଦେଖାଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ଲୋକେ ଅଂଶୁଘାତର ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    48 %
    1.5kmh
    87 %
    Tue
    41 °
    Wed
    40 °
    Thu
    42 °
    Fri
    42 °
    Sat
    43 °

    ସମ୍ବନ୍ଧିତ