Thursday, April 2, 2026
25.4 C
Odisha

    ଆଜିଠୁ କଲେଜ ବଦଳି ଆବେଦନ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜିଠୁ ନିଜ ପସନ୍ଦର କଲେଜ ବାଛି ପାରିବେ ଛାତ୍ରଛାତ୍ରୀ। ଏହି ଆବେଦନ ଯୁକ୍ତ 2 ପ୍ରଥମ ବର୍ଷର ଶିକ୍ଷାର୍ଥୀମାନେ କଲେଜ ବଦଳି ପାଇଁ କରିପାରିବେ। ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ସାମସ ପୋର୍ଟାଲରେ ଏହି ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ସ୍କୁଲର ସାମସ ଜିଲ୍ଲା ନୋଡାଲ ଅଧିକାରୀ 2025 ମସିହା ଜାନୁଆରୀ 2 ତାରିଖ ମଧ୍ୟରେ ଯାଞ୍ଚ କରିବେ। ଏହାପରେ ଜାନୁଆରୀ 3 ତାରିଖରୁ 10 ତାରିଖ ଯାଏଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନ ପ୍ରକ୍ରିୟାର ସମୀକ୍ଷା ହେବ। ଏହାପରେ 4ରୁ 13 ତାରିଖ ମଧ୍ୟରେ ବଦଳି ହୋଇ ପିଲା ଚାହୁଁଥିବା କଲେଜରେ ପାଠ ପଢିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।ତେବେ କଲେଜ ବଦଳି ନେଇ କେତେକ ଗାଇଡଲାଇନ ମଧ୍ୟ ରହିଛି। ଛାତ୍ରଛାତ୍ରୀ ନିଜ ହିସାବରେ କଲେଜ ବାଛିପାରିବେ, କିନ୍ତୁ ସେମାନେ ଯେଉଁ ଷ୍ଟ୍ରିମ ବାଛିଛନ୍ତି ସେଠାରେ ସିଟ୍ ମଧ୍ୟ ରହିଥିବା ଜରୁରୀ ଅଟେ। ଏହା ପାଇଁ 5 କାରଣ ମଧ୍ୟ ରହିଥିବା ଆବଶ୍ୟକ। ନଚେତ ଇଚ୍ଛା ମୁତାବକ କଲେଜ ବଦଳାଇ ପାରିବେ ନାହିଁ। ମା ବାପାଙ୍କ ବଦଳି କିମ୍ବା ଆବସର, ବାପା ମାଙ୍କର ଯଦି ମୃତ୍ୟୁ ହୋଇଥାଏ, ମହିଳା ଶିକ୍ଷାର୍ଥୀ ବିବାହ କରଥିଲେ ଏବଂ ଶାରୀରିକ ଅସୁସ୍ଥତା ରହିଥିଲେ ମଧ୍ୟ କଲେଜ ବଦଳାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ