Friday, January 9, 2026
23.8 C
Odisha

    ଆଜିଠୁ ନୀତିଶଙ୍କ ଦଶମ ଇନିଂସ, ଗାନ୍ଧୀ ମୈଦାନରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

    ଆଗକୁ ପଢନ୍ତୁ

    ବିହାର : ବିହାରରେ ପୁଣି ଥରେ ନୀତିଶ ସରକାର । ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ପାଟନାର ଗାନ୍ଧୀ ମଇଦାନରେ ନୀତୀଶ କୁମାର ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଗାନ୍ଧି ମଇଦାନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

    ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ଗତକାଲି ଦାବି ଜଣାଇଥିଲେ ନୀତୀଶ କୁମାର । ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫା ଦେଇ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନୀତୀଶ କୁମାର। ଗତ ୧୪ ତାରିଖରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଥିଲା । ରାଜ୍ୟର ୨୪୩ ବିଧାନସଭା ଆସନରୁ ୨୦୨ଟି ଆସନରେ ଏନଡିଏ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    16 %
    2.6kmh
    52 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ