ଭୁବନେଶ୍ୱର : ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା ।
ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ସରକାରକୁ ଆସିଥିବା ବିଜେପି, ବିକାଶ ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜେଡି । ଯାହା ବିକାଶ ହୋଇଥିଲା ନବୀନଙ୍କ ସମୟରେ । ବିଜେପି ପରିବର୍ତନ କଥା କହିଥିଲା । ରଙ୍ଗ ଓ ନାଁ ପରିବର୍ତ୍ତନ କରୁଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ପରିବର୍ତନ କରିଛନ୍ତି । BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରିଛନ୍ତି । ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କଥା କହିଥିଲେ, କିନ୍ତୁ କଲେନି । ନବୀନ ସରକାରଙ୍କ ସମୟର କାମ ବି ବନ୍ଦ କରି ଦେଲେ । ଦୁଇ କୋଟି ଚାକିରୀ କଥା କହିଥିଲେ । ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି । ନିଜ କୁଜି ନେତାଙ୍କୁ ଥଇଥାନ କରିବାକୁ ଯୋଜନା ହେଉଛି । ପଦଯାତ୍ରାରେ ବିଜେଡି ବିଜେପିର ମୁଖା ଖୋଲିବ ବୋଲି କହିଛି ଦଳ । ଗୋପବନ୍ଧୁ ଜୟନ୍ତୀରୁ ୧ ମାସ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ।