ବରଗଡ଼ : ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଚାଲିବ ମହାରାଜ କଂସଙ୍କ ରାଜୁତି । ୧୧ଦିନ ଧରି ବିଶ୍ବର ସର୍ବବବୃହତ ମୁକ୍ତାକାଶ ମଞ୍ଚରେ ଚାଲିବ ଧନୁଯାତ୍ରା । କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ । ବରଗଡ ସହର ମଥୁରା ନଗରୀ ପାଲଟିବା ବେଳେ ଅମ୍ବାପଲି ହେବ ଗୋପପୁର । ଜୀରାନଦୀ ହେବ ଯମୁନା । ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିମୋହିତ ହେବେ ବରଗଡ଼ବାସୀ । ୨୨ ଟି ଖୋଲା ରଙ୍ଗମଞ୍ଚ ମଞ୍ଚରେ ଅଭିନୟ କରିବେ କଳାକାର । ଆଜି ଅପରାହ୍ନ ୨ଟାରୁ କଳାକାରମାନେ ରଙ୍ଗମଞ୍ଚରେ ଅଭିନୟ କରିବେ । ସନ୍ଧ୍ୟା ୭ଟାରୁ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଆଜି ଉଦଘାଟନୀ ଦିବସରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ବିନୀ କୁମାର ପ୍ରୁମଖ ସାମିଲ ହେବେ ।

