Friday, August 22, 2025
23.8 C
Odisha

    ଆଜିଠୁ ରଥଭଙ୍ଗା କାମ ଆରମ୍ଭ: ନିଲାମ ହେବ ଚକ, ପ୍ରଭା,ଦ୍ୱାର ବେଢା, କୋଣଗୁଜ

    ଆଗକୁ ପଢନ୍ତୁ

    ପୁରୀ   :   ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ଆଦି ନିଲାମ ହେବ। କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠଗୁଡ଼ିକ ବ୍ୟବହାର କରାଯିବ । ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।

    ରଥଯାତ୍ରା ସମୟରେ ଏହି ରଥ ଦେଖିବାକୁ ଲୋକଙ୍କର ପ୍ରବଳ ଆଗ୍ରହ ଥିଲା । ନୀଳାଦ୍ରି ବିଜେ ପରଠାରୁ ଏହି ରଥଗୁଡ଼ିକ ଯେମିତି ଶ୍ରୀହୀନ ହୋଇପଡ଼ିଛନ୍ତି । ଆଜି ରଥଭଙ୍ଗା ପରମ୍ପରା ରହିଥିବାରୁ ଭଙ୍ଗା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.2kmh
    100 %
    Fri
    24 °
    Sat
    24 °
    Sun
    25 °
    Mon
    28 °
    Tue
    28 °

    ସମ୍ବନ୍ଧିତ