Wednesday, April 8, 2026
34.5 C
Odisha

    ଆଜିଠୁ ଲାଗୁ ହେଲା ମ୍ୟୁଚୁଆଲ୍ ଫଣ୍ଡର ନୂଆ ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜିଠୁ ଲାଗୁ ହେଲା ମ୍ୟୁଚୁଆଲ୍ ଫଣ୍ଡ ପାଇଁ ନୂଆ ନିୟମ। ଏହି ନିୟମ ଅନୁଯାୟୀ, ମ୍ୟୁଚୁଆଲ ଫଣ୍ଡ ଏବଂ ଡେମେଟ୍ ଆକାଉଣ୍ଟରେ ନିବେଶକମାନଙ୍କ ପାଇଁ ନାମାଙ୍କନପତ୍ର ଘୋଷଣା କରିବା ବାଧ୍ୟତାମୂଳକ ହେବ। ଏଥିରେ ନିବେଶକମାନେ ନିଜେ ନୋମିନିର ନାମ ଚୟନ କରିବେ।ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ନିବେଶକମାନଙ୍କୁ ବର୍ତ୍ତମାନ ସେମାନଙ୍କର ଡେମାଟ୍ ଆକାଉଣ୍ଟ କିମ୍ବା ମ୍ୟୁଚୁଆଲ ଫଣ୍ଡ ଫୋଲିଓରେ ୧୦ ଜଣ ବ୍ୟକ୍ତିଙ୍କୁ ନୋମିନି କରିବାକୁ ଅନୁମତି ଦିଆଯାଇଛି। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ବିନା କ୍ଲେମର ଆକ୍ସେସରେ ହ୍ରାସ କରିବା ଏବଂ ଉତ୍ତମ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟକୁ ସୁନିଶ୍ଚିତ କରିବା।ଦେଶରେ ଡିଜିଟାଲ ପେମେଣ୍ଟ ଖୁବ ଜୋରରେ ବଢୁଛି। ଏହାକୁ ଦୃଷ୍ଟିରେ ରଖି ୟୁପିଆଇ ପେମେଣ୍ଟ ସିଷ୍ଟମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ନୂଆ ନିୟମ ଅନୁଯାୟୀ, ବୀମା-ଏଏସପି ସର୍ଭିସକୁ ୟୁପିଆଇ ସିଷ୍ଟମରେ ସଂଯୋଗ କରାଯାଉଛି।ଏଥିରେ ଲାଇଫ ଏବଂ ହେଲ୍‌ଥ ଇନସ୍ୟୁରାନ୍ସ ପଲିସି ହୋଲ୍ଡର ନିଜ ପ୍ରିମିୟମ ପେମେଣ୍ଟ ପାଇଁ ଆଗୁଆ ଆମାଉଣ୍ଟକୁ ବ୍ଲକ କରିପାରିବେ। ଏହି ପରିବର୍ତ୍ତନ ବୀମା ପ୍ରିମିୟମର ପେମେଣ୍ଟକୁ ଆହୁରି ଅଧିକ ଉତ୍ତମ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ