Friday, October 2, 2026
22.9 C
Odisha

    ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ମାର୍ଚ୍ଚ ୨ ଯାଏ ଓଡ଼ିଶା ଗସ୍ତରେ ରହିବେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟ । ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ସହ ୧୦ ଜଣିଆ ଟିମ୍ ଓଡ଼ିଶାର ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ। ଆସନ୍ତାକାଲି ହୀରାକୁଦ ପରିଦର୍ଶନ କରିବେ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଏହି ସରଜମିନ ତଦନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଓଡ଼ିଶା ସରକାର ଏହି ଟିମ୍ କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ କରିଛନ୍ତି । ଏହି ଗସ୍ତ ସମୟରେ ଟ୍ରିବ୍ୟୁନାଲ୍ ୫ଟି ମୁଖ୍ୟ ବିଷୟ ଉପରେ ତଥ୍ୟ ସଂଗ୍ରହ କରିବେ ।

    ପ୍ରଥମେ ମହାନଦୀରେ ଜଳର ପ୍ରକୃତ ପ୍ରବାହ ଓ ଉପଲବ୍ଧତା ବିଷୟରେ ତଥ୍ୟ ସଂଗ୍ରହ କରିବେ। ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଓଡ଼ିଶା ସୀମାରେ ଜଳ ପ୍ରବାହର ସ୍ଥିତି କଣ ଏବଂ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଯୋଗୁଁ ଜଳ ପ୍ରବାହ କମିଛି କି ନାହିଁ, ସେ ନେଇ ତଥ୍ୟ ସଂଗ୍ରହ କରାଯିବ ।

    ଦ୍ବିତୀୟରେ ଛତିଶଗଡ଼ର ବ୍ୟାରେଜ ଓ ପ୍ରକଳ୍ପର ପ୍ରଭାବ କଣ ରହିଛି ତାଦା ଦେଖିବ ଟିମ୍ ।  ଛତିଶଗଡ଼ ଦ୍ୱାରା ନିର୍ମିତ ୬ଟି ଶିଳ୍ପଭିତ୍ତିକ ବ୍ୟାରେଜ ଓ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ଓଡ଼ିଶା ପାଉଥିବା ଜଳରାଶି ଉପରେ କି ପ୍ରକାର ପ୍ରଭାବ ପଡ଼ୁଛି, ତାହା ଅନୁଧ୍ୟାନ କରାଯିବ ।

    ତୃତୀୟରେ ଜଳ ବ୍ୟବହାରର ଶୈଳୀ ଦେଖିବ ଟ୍ରିବ୍ୟୁନାଲ ଟିମ୍ ।  ଓଡ଼ିଶାର ଚାଷ କାର୍ଯ୍ୟ, ଶିଳ୍ପ ଏବଂ ପାନୀୟ ଜଳ ପାଇଁ ମହାନଦୀ ଜଳର କିପରି ବ୍ୟବହାର କରାଯାଉଛି, ସେ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ ହେବ ।

    ଚତୁର୍ଥରେ ପରିବେଶ ଉପରେ ପ୍ରଭାବ କଣ ରହିଛି ତାହା ଦେଖାଯିବ। ଜଳ ପ୍ରବାହ ହ୍ରାସ ପାଇବା ଦ୍ୱାରା ଡେଲଟା ଅଞ୍ଚଳରେ ଲୁଣି ପାଣି ମାଡ଼ିବା, ପରିବେଶ ଏବଂ ଭୂତଳ ଜଳ ସ୍ତର ଉପରେ କି ପ୍ରଭାବ ପଡ଼ୁଛି, ସେ ସମ୍ପର୍କରେ ତଥ୍ୟ ଲୋଡ଼ିବେ ଟ୍ରିବ୍ୟୁନାଲ୍ ।

    ପଞ୍ଚମରେ ବାସ୍ତବ ସ୍ଥିତି ଦେଖିବା ସହ ସଂପୃକ୍ତ ପକ୍ଷଙ୍କ ମତାମତ ସଂଗ୍ରହ ହେବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଉଭୟ ରାଜ୍ୟ ଦେଇଥିବା ତଥ୍ୟର ସତ୍ୟାସତ୍ୟ ପରଖିବା ପାଇଁ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରିବେ ।

    ମହାନଦୀ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ରେ ଶେଷ ହେବାକୁ ଥିବାରୁ, ଏହି ଗସ୍ତ ପରେ ହେବାକୁ ଥିବା ମାର୍ଚ୍ଚ ୧୪ର ଶୁଣାଣି ଓଡ଼ିଶା ପାଇଁ ବହୁତ ଗୁରୁତ୍ୱ ରଖୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ