Thursday, February 19, 2026
28.4 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ଆଜି କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ି ନେବେ। ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ ଦେଖି ଚିନ୍ତା ବଢ଼ିଯିବ। ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କ ପାଇଁ ମନ ଛଟପଟ ହୋଇପାରେ। ଭାବପ୍ରବଣତାରେ ଭାସିଯାଇ ହାତରୁ ଖାଇ ପର ପାଇଁ ଖଟିବେ ଓ ପରେ ଅନୁତାପ କରିବେ।

    ବୃଷ : ବହୁତ ଦିନ ହେଲା ଯାହା ପାଇବାକୁ ଚେଷ୍ଟା କରି ପାଇ ନ ଥିଲେ ଆଜି ତାହା ପାଇଯିବେ। ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେଇପାରନ୍ତି। ମୃଗଶିରା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ପରିବହନରେ ଉନ୍ନତ ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।

    ମିଥୁନ : ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଅସ୍ବୀକାର କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କରିବେ। ପାରିବାରିକ ସମ୍ପର୍କ ମନ୍ଦ ହେବନି। ପୁନର୍ବସୁ ନକ୍ଷତ୍ର ସକାଶେ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟାଦି ମନ୍ଦ ହେବନାହିଁ।

    କର୍କଟ : ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରି ଉପକୃତ ହେବେ। ପୁଷ୍ୟା ନକ୍ଷତ୍ର ଅଭାବ ନ ଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ। କେତେକ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ।

    ସିଂହ : ପରିସ୍ଥିତିର ତାଡନାରେ କଠିନ ପରିଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ସନ୍ତାନଙ୍କ ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ ଆମତ୍ୀୟତାର କାମ କରି ପ୍ରଶଂସିତ ହେବେ।

    କନ୍ୟା : ଉତ୍ତରାଫାଲଗୁନୀ ନକ୍ଷତ୍ର ନୂତନ କାମଟି ପାଇଁ ପ୍ରସ୍ତୁତି ଜୋର୍‍ସୋର୍‍ରେ ଆରମ୍ଭ କରିବାକୁ ମନସ୍ଥ କରିବେ। ପରିସ୍ଥିତିର ସାମ୍ନା କରିବାକୁ ଯାଇ ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରିବେ। ପିଲାଙ୍କ ପାଇଁ ଜଞ୍ଜାଳ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‍ ନିଜର ଫାଇଦା ହାସଲ ପାଇଁ ଅପଚେଷ୍ଟା କରିବେ।

    ତୁଳା : ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ଚିତ୍ରା ନକ୍ଷତ୍ର ସକାଶେ ବ୍ୟବସାୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି। ଶତ୍ରୁତା ହଠାତ୍‍ ପ୍ରଶମିତ ନ ହୋଇପାରେ କିନ୍ତୁ କିଛି ସମୟ ପାଇଁ ମଳିନ ରହିବ।

    ବିଛା : ଅନୁରାଧା ନକ୍ଷତ୍ରର ବହୁତ କାମ ଅସମ୍ପୂର୍ଣ୍ଣ ରହିଯାଇଥିବା କାରଣରୁ ବିଚଳିତ ବୋଧ କରିପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସବୁକଥାରେ ନୀରବ ସମର୍ଥନ ଦେବେ। ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ହେବେ।

    ଧନୁ : ଉତ୍ତରାଷାଢ଼ା ନକ୍ଷତ୍ର ଆଜି ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ସନ୍ତାନଙ୍କ ଦୁର୍ବଳସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଚେଷ୍ଟାକରିପାରନ୍ତି। ଦୂରଭ୍ରମଣ ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ।

    ମକର : ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। ଧନିଷ୍ଠା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା ଆଂଶିକ ସଫଳ ହେବ। ଅନ୍ୟମାନଙ୍କର ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଜନହିତକର କାଯର୍‍ୟରେ ନିଜକୁ ଲଗାଇ ପାରନ୍ତି।

    କୁମ୍ଭ : ବନ୍ଧୁଙ୍କ ନିକଟରୁ କିଛି ଖରାପ ଖବର ପାଇ ବିବ୍ରତ ହୋଇପାରନ୍ତି। ରୋଗଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ। ପୂର୍ବଭାଦ୍ର ନକ୍ଷତ୍ରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହି ପାରନ୍ତି। ଉତ୍ତମ ବୁଝାମଣା ପରିପ୍ରେକ୍ଷୀରେ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବାର ସୂଚନା ରହିଛି।

    ମୀନ : ଆଜି ଉତ୍ତରଭାଦ୍ର ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ବିବାଦୀୟ କ୍ଷେତ୍ର କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇପାରନ୍ତି। ପରିବାରର ଖର୍ଚ୍ଚ ଦିଗୁଣା ହୋଇପାରେ, ଏଣୁ ସରକାରୀସ୍ତରରୁ ଋଣ ଆଣିବାକୁ ମନ ବଳାଇ ପାରନ୍ତି। ପରୋକ୍ଷ ଶତ୍ରୁତାରୁ ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ଲାଗି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    29 %
    1.4kmh
    30 %
    Thu
    34 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ