Wednesday, March 18, 2026
34.7 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ପୁରା କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଭଲ ସମ୍ପର୍କ ନ ଥିବା କେତେକ ବ୍ୟକ୍ତି ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାରେ ଈର୍ଷାନ୍ବିତ ହୋଇପାରନ୍ତି। ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ପାରିବାରିକ କ୍ଷେତ୍ରରେ ସବୁ କଥାକୁ ସରଳ ଭାବିଲେ କ୍ଷତିରେ ପଡ଼ିବେ।

    ବୃଷ : ଆଜି ଅର୍ଥଲାଭ ସାଙ୍ଗକୁ ବିଳାସବ୍ୟସନ ପ୍ରତି ବିଶେଷ ରୁଚି ବଳିବ। ଆନୁଷ୍ଠାନିକ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନ ଭଲରେ ଚାଲିବ। ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।

    ମିଥୁନ : ପରିସ୍ଥିତିରେ ପଡ଼ି ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନସନକୁ ନିମନ୍ତ୍ରଣ କରିପାରନ୍ତି। ପ୍ରିୟାପ୍ରୀତି ତୋଷଣ କାରଣ ନେଇ ଅପଦସ୍ଥ ହେବାକୁ ପଡ଼ିପାରେ। ପରିବାରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ। ଯୋଜନାବଦ୍ଧଭାବରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।

    କର୍କଟ : ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଟିକୁ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପଡ଼ିବେ। ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆଜି ଆପଣ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।

    ସିଂହ : ଆଜି ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିବେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପାରିବାରିକ ଦିଗଟି ମନ୍ଦ ହେବନି ଏବଂ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ।

    କନ୍ୟା : ଖଳଲୋକଙ୍କ ଦ୍ୱାରା ସୃଷ୍ଟ ସମସ୍ୟା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିପାରନ୍ତି। ଆପଣଙ୍କ ଗୋପନୀୟ କାର୍ଯ୍ୟ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିପାରେ। ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବାର ସୂଚନା ରହିଛି।

    ତୁଳା : ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି କୌଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରିପାରନ୍ତି। ସବୁ ଆଡକୁ ନଜର ଦେଇ କାମ ନ କଲେ ଅସୁବିଧାରେ ପଡ଼ିବେ। ପଡ଼ିଶାଙ୍କ ସହ ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବାର ସମ୍ଭାବନା ରହିଛି।

    ବିଛା : ଘରୋଇ କ୍ଷେତ୍ରରେ କେତେକ ଘଟଣାରେ ମନକଥା ମନରେ ରଖିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ ସକାଶେ ଚେଷ୍ଟା କରିପାରନ୍ତି। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଅଫିସିଆଲି କାମଗୁଡ଼ିକ କରିବାକୁ ବାଧ୍ୟ ହେବେ। ନିଜ ମନପସନ୍ଦର ଜିନିଷ ଖରିଦ କରିବା ସକାଶେ ମନ ବଳାଇପାରନ୍ତି।

    ଧନୁ : ଆଜି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ପାଇପାରିବେ। ତଥାପି ପରୋକ୍ଷ ଶତ୍ରୁତା ଜନିତ କେତେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଆକସ୍ମିକ ଭାବରେ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି। ପରିବାର ମଧ୍ୟରେ ନିଜ ମନର ଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।

    ମକର : ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ବନ୍ଧୁତା ସୃଷ୍ଟି ହେବ। ନିଜର ଅବିମୃଶ୍ୟକାରିତା ହେତୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ, କିନ୍ତୁ ଆଶଙ୍କା ଲାଗି ରହିବ। ବ୍ୟବସାୟ, କଳକାରଖାନା, ହୋଟେଲ ଶିଳ୍ପ, ପରିବହନରେ ଆଧୁନିକୀକରଣ କରିପାରନ୍ତି।

    କୁମ୍ଭ : ଆଜି ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଲାଭକରି ଆପଣ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରି ପାରିବେ। ନିଜ ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମିଯାଇପାରେ। ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ସତ୍‌ସଙ୍ଗ ଓ ଧର୍ମ, ଦେବଦର୍ଶନ, ବନ୍ଧୁମିଳନ ତଥା ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

    ମୀନ : ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କିମ୍ବା କାମ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ଅଟକିଥିବା ଅଫିସ୍‌ କାମ ତ୍ୱରାନ୍ବିତ ହେବ, ଏବଂ ସମସ୍ୟା ଦୂରେଇଯିବ। ଜିଦି ତ୍ୟାଗ କଲେ ଉପକୃତ ହେବେ ନତୁବା କଳହ ଭିତରକୁ ଟାଣି ହୋଇଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.7 ° C
    34.7 °
    34.7 °
    25 %
    2.8kmh
    100 %
    Wed
    34 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ