Sunday, March 22, 2026
23.1 C
Odisha

    ଆଜି ଇଡେନରେ ମହାଲଢେଇ, ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ

    ଆଗକୁ ପଢନ୍ତୁ

    ଆଜି ଇଡେନରେ ମହାଲଢେଇ । କିଏ ଯିବ ସେମିଫାଇନାଲ ? କୋଲକାତା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ । ଆଜିର ମ୍ୟାଚ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ଓ ୱେଷ୍ଟଇଣ୍ଡିଜ୍ ପାଇଁ ‘କ୍ୱାର୍ଟର ଫାଇନାଲ୍’ ବା ‘ନକଆଉଟ୍’ ମ୍ୟାଚ୍ ସଦୃଶ । ଯିଏ ଜିତିବ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବ । ଘରୋଇ ପିଚ ଓ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତ ମ୍ୟାଚ୍ ରେ ଜିତିବାର ପ୍ରବଳ ଦାବିଦାର। ଭାରତ ପାଖରେ ଶକ୍ତିଶାଳୀ ବ୍ୟାଟିଂ ସହ ବୋଲିଂ ଲାଇନ୍ ଅପ୍ ରହିଛି ।

    ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। କିନ୍ତୁ ସେମାନଙ୍କ ଫର୍ମରେ ଅନିଶ୍ଚିତତା ଦେଖାଦେଇଛି । ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ରେକର୍ଡ ଦେଖିଲେ, ଓଭରଅଲ୍ ରେକର୍ଡରେ ଭାରତ ଆଗରେ ରହିଛି । ଉଭୟ ଦେଶ ୩୦ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ୧୯ ମ୍ୟାଚରେ ଭାରତ ବାଜି ମାରିଥିବା ବେଳେ ୧୦ ମ୍ୟାଚରେ ଜିତିଛି କାରିବିଆନ୍ ଟିମ । ଗୋଟିଏ ମ୍ୟାଚର ଫଳାଫଳ ଆସିନି ।

    ସେହିପରି ଟି-୨୦ ବିଶ୍ୱକପ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ର ପଲ୍ଲା ଭାରି ଅଛି । ଉଭୟ ଦଳ ୪ ଥର ଭେଟିଥିବା ବେଳେ ୩ ମ୍ୟାଚରେ ବିଜୟବାନା ଉଡାଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ତେବେ ଇଡେନ ଗାର୍ଡେନ୍ସରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୌଣସି ଟି-୨୦ ମ୍ୟାଚ୍ ହାରିନାହିଁ । ଏଠାରେ ଖେଳାଯାଇଥିବା ୪ଟି ଯାକ ମ୍ୟାଚରେ ବାଜି ମାରିଛି ଟିମ ଇଣ୍ଡିଆ । ଇଡେନ ଗାର୍ଡେନ୍ସର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏଠାରେ high-scoring matchର ସମ୍ଭାବନା ରହିଛି । ଆଜି କଲିକତାରେ ବର୍ଷା ହେବାର ସମ୍ଭାବନା କମ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ