Monday, February 2, 2026
17.8 C
Odisha

    ଆଜି ଇସ୍ରୋର ବଡ଼ ମିଶନ, ମହାକାଶକୁ ଯିବ ୧୬ଟି ସାଟେଲାଇଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଜି ଇସ୍ରୋର ବଡ଼ ମିଶନ ।  ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ ।  ଉଡ଼ିବ PSLV-C62 ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି ।  ସକାଳ ୧୦ଟା ୧୭ ମିନିଟରେ ରହିଛି ମିଶନ ।

    ଏହା ହେଉଛି PSLV ର ୬୪ତମ ଉଡ଼ାଣ। ଏଥିରେ PSLV-DL ଭାରିଆଣ୍ଟ ବ୍ୟବହାର କରାଯାଉଛି ।   ମିଶନରେ ସାମିଲ ହେବ ୧୮ ପେଲୋଡ୍। ଏହି ମିଶନ୍ ଜରିଆରେ ପୃଥିବୀ ଉପରେ ନଜର ରଖିବା ପାଇଁ EOS-N1 ନାମକ ଏକ ଶକ୍ତିଶାଳୀ ଉପଗ୍ରହ ପଠାଯାଉଛି ।  EOS-N1 ସହିତ ଭାରତ ଏବଂ ବିଦେଶର ଆଉ ୧୫ଟି ଛୋଟ ଛୋଟ ସାଟେଲାଇଟ୍ ମଧ୍ୟ ମହାକାଶକୁ ଯିବ । ଏହି ମିଶନ୍ ରେ ସ୍ପେନ୍ ର ଏକ ଷ୍ଟାର୍ଟଅପ୍ ଦ୍ୱାରା ନିର୍ମିତ KID (Kestrel) ନାମକ ଏକ ଯନ୍ତ୍ରର ପରୀକ୍ଷା କରାଯିବ ।  ଏହା ମହାକାଶରୁ ପୁଣି ପୃଥିବୀ ବାୟୁମଣ୍ଡଳକୁ ଫେରିଆସି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଖସିବ ।  ଏହି ସବୁ ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିବ PSLV ।  ଏହା ହେଉଛି ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ।  ଏହା ପୂର୍ବରୁ ଚନ୍ଦ୍ରଯାନ-୧, ମଙ୍ଗଳଯାନ ଏବଂ ଆଦିତ୍ୟ-L1 ଭଳି ବଡ଼ ମିଶନ୍ ସଫଳତାର ସହ ଶେଷ କରିଛି ।  ୨୦୧୭ ମସିହାରେ ଏହା ଗୋଟିଏ ଥରରେ ୧୦୪ଟି ସାଟେଲାଇଟ୍ ପଠାଇ ବିଶ୍ୱ ରେକର୍ଡ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.8 ° C
    17.8 °
    17.8 °
    83 %
    1.9kmh
    100 %
    Sun
    17 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ