Friday, March 6, 2026
32.2 C
Odisha

    ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କଟକ ମୁଣ୍ଡଳୀସ୍ଥିତ CISFର ୫୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେବେ ।  ଏହାପରେ ପାରଦୀପ ଗସ୍ତ କରିବେ।  ସେଠାରେ ଦିନ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ ।  ପାରରଦୀପରେ କାର୍ୟ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃହ ମନ୍ତ୍ରୀ ।  ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (NFSU) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ।

    ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି ।  ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।  ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିବେ । ଏହି ଅବସରରେ IIT ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    1.3kmh
    4 %
    Fri
    36 °
    Sat
    38 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ