Sunday, October 18, 2026
24.8 C
Odisha

    ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ନିକଟ ଦାଣ୍ଡମୁକୁନ୍ଦପୁରରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

    ଘଟଣା ଅନୁସାରେ ଏକ ବାଇକରେ ୩ଜଣ ଯୁବକ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକା ଦେଇ ଚାଲିଯାଇଥିଲା। ଫଳରେ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ଆହତକୁ ପିପିଲି ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ