Wednesday, October 14, 2026
26.2 C
Odisha

    ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଆଜି ବଡ ଖୁସିର ଦିନ।ଦୀର୍ଘ ତିନି ମାସ ପରେ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରମାନଙ୍କର ପ୍ରଜନନକୁ ସୁଗମ କରିବା ପାଇଁ ଜାତୀୟ ଉଦ୍ୟାନ ମେ’୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପ୍ରଜନନଋତୁ ଶେଷ ହେବା ସହିତ ପାର୍କ ଆଜି ପୁନର୍ବାର ଖୋଲିବାକୁ ସ୍ଥିର ହୋଇଛି, ଯାହା ପ୍ରକୃତିପ୍ରେମୀଙ୍କ ଉତ୍ସାହ ପାଇଁ ।ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ପାଇଁ ଜଙ୍ଗଲ ବିଭାଗ ଚଳିତ ବର୍ଷ ଡଙ୍ଗାମାଳରେ ୧୫ ଫୁଟ ଉଚ୍ଚର ସ୍କାଏୱାଲ୍କ ନିର୍ମାଣ କରିଛି। ୬୦୦ମିଟର ଲମ୍ବ ସ୍କାଏୱାଲ୍କ ପର୍ଯ୍ୟଟକମାନଙ୍କୁ ପ୍ରାକୃତିକ ପରିବେଶକୁ ଉପଭୋଗ କରିବାର ସୁଯୋଗ। ଏହା ଉପରେ ଚାଲିବା ସମୟରେ ପର୍ଯ୍ୟଟକ ବିଭିନ୍ନ ପକ୍ଷୀ, ହରିଣ ଏବଂ ସରୀସୃପଙ୍କୁ ଦେଖିପାରିବେ।କାଠରେ ନିର୍ମିତ ୬୦୦ମିଟର ଲମ୍ବର ଚାଲିବା ରାସ୍ତା ସୁନ୍ଦରୀବନ ମେଟା ନର୍ସରୀରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତି ସୌନ୍ଦର୍ଯ୍ୟ ଦେଖିବା ପାଇଁ ଏକ ନିଆରା ସୁଯୋଗ ପ୍ରଦାନ କରିଥାଏ।ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ୨୦ ଜଣ ପର୍ଯ୍ୟଟକଙ୍କୁ ଚାଲିବା ରାସ୍ତାରେ ଅନୁମତି ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ