Sunday, April 5, 2026
28 C
Odisha

    ଆଜି ଗୁଜୁରାଟ-ରାଜସ୍ଥାନ ଲଢେଇ

    ଆଗକୁ ପଢନ୍ତୁ

    ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ ଆଜି ଦୁଇ ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଫର୍ମରେ ଥିବାରୁ ଏହି ମୁକାବିଲା ରୋଚକ ହେବ ବୋଲି ଆଶା କରାଯାଉଛି। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୨୪୩ ରନ୍‌ କରିବାକୁ ଦେବା ପରେ ଗୁଜରାଟ କ୍ରମାଗତ ୩ଟି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି। ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ଗୁଜରାଟ ଏହି ୩ଟି ବିଜୟ ହାସଲ କରିଛି। ରାଜସ୍ଥାନ ରୟାଲ୍‌ସ ମଧ୍ୟ ଦୟନୀୟ ଭାବେ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ୨୮୬ ରନ୍‌ କରିବାକୁ ଦେଇ ପରାସ୍ତ ହୋଇଥିବା ରାଜସ୍ଥାନ ୨ୟ ମ୍ୟାଚ୍‌ରେ କଲକାତା ନାଇଟ୍‌ ରାଇଡର୍ସଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଥିଲା। ପରେ ଫର୍ମକୁ ଫେରି ଚେନ୍ନଇ ସୁପର କିଙ୍ଗ୍‌ସକୁ ୬ ରନ୍‌ରେ ହରାଇବା ପରେ ପଞ୍ଜାବ କିଙ୍ଗ୍‌ସକୁ ୫୦ ରନ୍‌ରେ ରାଜସ୍ଥାନ ପରାସ୍ତ କରିଥିଲା। ତେଣୁ ଗୁଜରାଟ ଓ ରାଜସ୍ଥାନ ବିଜୟଧାରା ବଜାୟ ରଖିବା ସହ ପଏଣ୍ଟ ଟେବୁଲ୍‌ରେ ଉପରକୁ ଉଠିବାର ପ୍ରୟାସ କରିବେ।

    ଉଭୟ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ପାଇଁ ଖୁସିର ଖବର ଯେ ଦଳର ପ୍ରମୁଖ ଓପ୍‌ନର ଫର୍ମକୁ ଫେରିଛନ୍ତି। ଗତ ମ୍ୟାଚ୍‌ରେ ଗୁଜରାଟର ଅଧିନାୟକ ଶୁଭମନ ଗିଲ୍‌ ୪୩ ବଲ୍‌ରୁ ୬୧ ରନ୍‌କରି ଅପରାଜିତ ଥିଲେ। ଅହମ୍ମଦାବାଦରେ ଗିଲ୍‌ ଚମତ୍କାର ପ୍ରଦର୍ଶନ କରି ୬୦ରୁ ଅଧିକ ଆଭ୍‌ରେଜରେ ୧୬୦ରୁ ଅଧିକ ଷ୍ଟ୍ରାଇକ୍‌ରେଟରେ ୧୦୨୪ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍‌ସର ଯଶସ୍ବୀ ଜୟସୱାଲ ୪୫ ବଲ୍‌ରୁ ୬୭ ରନ୍‌ କରିଥିଲେ। ପୁଣି ଗୁଜରାଟ ପାଇଁ ଖୁସିର ଖବର ଯେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳି ୱାଶିଂଟନ ସୁନ୍ଦର ୨୯ ବଲ୍‌ରୁ ୪୯ ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ଜୋସ୍‌ ବଟ୍‌ଲର ଗୁଜରାଟକୁ ଗୋଟିଏ ମ୍ୟାଚ୍‌ ଜିତାଇ ସାରିଥିବା ବେଳେ ସେ ମାରାତ୍ମକ ପ୍ରମାଣିତ ହୋଇପାରନ୍ତି। ବୋଲିଂ ବିଭାଗରେ ଗୁଜରାଟକୁ ସଫଳତା ମିଳିଛି। ଗତ ୨ଟି ମ୍ୟାଚ୍‌ରେ ମହମ୍ମଦ ସିରାଜ ୩ଟି ଓ ୪ଟି ୱିକେଟ୍‌ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା ଚମ୍ପିଆନ୍‌ଙ୍କ ପରି ବୋଲିଂ କରୁଛନ୍ତି। ଦଳର ବାମହାତି ସ୍ପିନର ସାଇ କିଶୋର ୪ଟିଯାକ ମ୍ୟାଚ୍‌ରେ ଭଲ ବୋଲିଂକରି କମ୍ ରନ୍ ଦେବା ସହ ମୋଟ ୯ଟି ୱିକେଟ୍‌ ନେଇଛନ୍ତି। ତେବେ ତାରକା ଲେଗ୍‌ସ୍ପିନର ରସିଦ୍‌ ଖାଁ ୪ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍‌ ନେବା ଘରୋଇ ଦଳ ପାଇଁ ଚିନ୍ତାର ବିଷୟ। ଉଭୟ ଦଳଙ୍କ ମଧ୍ୟରେ ଗତ ୩ଟି ମ୍ୟାଚ୍‌ରୁ ଗୁଜରାଟ ୨ଟି ଓ ରାଜସ୍ଥାନ ଗୋଟିଏ ମ୍ୟାଚ୍‌ ଜିତିଛି। ଗୁଜରାଟ ପାଇଁ ଓପ୍‌ନର ସାଇ ସୁଦର୍ଶନ ୪୭.୭୫ ଆଭ୍‌ରେଜରେ ୧୫୦ ଷ୍ଟ୍ରାଇକ୍‌ରେଟରେ ୧୦୨୪ ରନ୍‌ କରିଛନ୍ତି। ଫିନିସର ଭୂମିକା ନିର୍ବାହ କରୁଥିବା ସେର୍ଫାନେ ରଦରଫୋର୍ଡ ମାତ୍ର ୨ ଥର ଆଉଟ୍‌ ହୋଇ ୧୭୭ ରନ୍‌ ଷ୍ଟ୍ରାଇକ୍‌ରେଟରେ ୧୨୯ ରନ୍‌ କରିଛନ୍ତି। ରାଜସ୍ଥାନ ରୟାଲ୍‌ସର ଅଧିନାୟକ ସଞ୍ଜୁ ସାମ୍‌ସନ ଓପ୍‌ନର ଭାବେ ଭଲ ପ୍ରଦର୍ଶନ କରୁଥିବା ବେ​ଳେ ରିୟାନ ପରାଗ ଓ ଧ୍ରୁବ ଜୁରେଲ ମଧ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଛନ୍ତି। ନୀତୀଶ ରାଣା ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବେଳେ ସିମ୍ରନ୍ ହେତ୍‌ମେୟର ଫିନିସର ଭାବେ ଖେଳୁଛନ୍ତି। ପ୍ରଥମ ୨ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଫାଷ୍ଟବୋଲର ଜୋଫ୍ରା ଆର୍ଚର ୧/୧୩ ଓ ୩/୨୫ ବୋଲିଂ ଫିଗର ହାସଲ କରିବା ସହ ମ୍ୟାଚ୍‌ ବିଜେତା ପାଲଟିଛନ୍ତି। ସନ୍ଦୀପ ଶର୍ମା ଭଲ ବୋଲିଂ କରୁଛନ୍ତି। ଶ୍ରୀଲଙ୍କାର ଦୁଇ ସ୍ପିନର ୱାନିନ୍ଦୁ ହସରଙ୍ଗା ଓ ମାହିଶ୍‌ ତୀକ୍ଷଣ ମଧ୍ୟ ଭଲ ବୋଲିଂ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ