Tuesday, November 10, 2026
25 C
Odisha

    ଆଜି ଗୋବର୍ଦ୍ଧନ ପୂଜା, ଏହି ୫ଟି ଭୋଗରେ ପ୍ରସନ୍ନ ହେବେ କାହ୍ନା

    ଆଗକୁ ପଢନ୍ତୁ

    ଦୀପାବଳି ପରେ ଆଜି ପାଳନ ହେଉଛି ପବିତ୍ର ଗୋବର୍ଦ୍ଧନ ପୂଜା । ହିନ୍ଦୁ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ଶ୍ରୀକୃଷ୍ଣ ଓ ଗୋବର୍ଦ୍ଧନ ପର୍ବତ ସହ ଜଡ଼ିତ ଏହି ପର୍ବକୁ ଅନ୍ନକୂଟ ପୂଜା ନାମରେ ମଧ୍ୟ ଜଣାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ଶ୍ରଦ୍ଧା ଓ ବିଧିବିଧାନ ଅନୁସାରେ ପୂଜା କଲେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ । ଏହି ଅବସରରେ ଘରେ ଘରେ ଗୋବରରେ ଗୋବର୍ଦ୍ଧନ ପର୍ବତର ଆକୃତି ତିଆରି କରାଯାଇ ଫୁଲରେ ସଜାଇ ପୂଜା କରାଯାଏ । ଏଥିସହ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଏ ଅନ୍ନକୂଟ ଭୋଗ । ତେବେ ଆଜି ପୂଜା କରିବା ପୂର୍ବରୁ ଜାଣି ରଖନ୍ତୁ ଶୁଭ ମୁହୂର୍ତ୍ତ ଓ ଏହି ପର୍ବର ଧାର୍ମିକ ମହତ୍ତ୍ୱ।

    ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ଭକ୍ତମାନେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି କାହ୍ନାଙ୍କୁ ଭୋଗ ଲଗାଇଥାନ୍ତି । କିନ୍ତୁ ଦରଦାମ୍ ବୃଦ୍ଧି ଯୋଗୁଁ ସମସ୍ତଙ୍କ ପାଇଁ ୫୬ ପ୍ରକାରର ଭୋଗ ପ୍ରସ୍ତୁତ କରିବା ସମ୍ଭବ ହୋଇନଥାଏ । ତେବେ ଏଥିପାଇଁ ମନ ଦୁଃଖ କରିବାର ନାହିଁ । କାରଣ ଭଗବାନଙ୍କ ପାଇଁ ଭୋଗର ସଂଖ୍ୟା ଅପେକ୍ଷା ଭକ୍ତଙ୍କ ଶ୍ରଦ୍ଧା ଓ ଭକ୍ତି ଅଧିକ ମହତ୍ତ୍ୱ ରଖେ । ତେଣୁ ୫୬ ପ୍ରକାର ବଦଳରେ ଏହି ୫ଟି ଭୋଗ ଲଗାଇ ଆପଣ କାହ୍ନାଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ୫ଟି ଭୋଗ ର ନାମ…

    ମାଖନ–ମିଶ୍ରି:ବାଲ୍ୟଲୀଳାରେ ମାଖନ ଚୋରି କରି ଖାଇବାର ଅନେକ କାହାଣୀ ରହିଛି । ଭଗବାନ ଶ୍ରୀକୃଷ୍ଣଙ୍କର ମାଖନ ଅତି ପ୍ରିୟ। ତେଣୁ ଗୋବର୍ଦ୍ଧନ ପୂଜାରେ ତାଜା ଧଳା ମାଖନ ଓ ମିଶ୍ରିର ଭୋଗ ଲଗାଇପାରିବେ । ଏଥିପାଇଁ ଶୁଦ୍ଧ ମାଖନ ଓ ଧାଗା ମିଶ୍ରି ବ୍ୟବହାର କରିପାରିବେ ।

    କଢ଼ି–ଭାତ:ଗୋବର୍ଦ୍ଧନ ପୂଜାରେ ଅନେକ ସ୍ଥାନରେ କଢ଼ି-ଭାତର ଭୋଗ ଅର୍ପଣ କରାଯାଏ । ବେସନ, ଦହି ଓ ଚାଉଳରେ ପ୍ରସ୍ତୁତ ଏହି ବ୍ୟଞ୍ଜନ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼େନାହିଁ। ଘରେ ଉପଲବ୍ଧ ସାମଗ୍ରୀରେ ଏହାକୁ ସହଜରେ ପ୍ରସ୍ତୁତ କରି କାହ୍ନାଙ୍କୁ ଭୋଗ ଲଗାଇପାରିବେ।

    ଦହି:ଯଦି ଆପଣଙ୍କ ପାଖରେ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରିବାର ବ୍ୟବସ୍ଥା ନାହିଁ, ତେବେ କେବଳ ଦହିର ଭୋଗ ମଧ୍ୟ ଲଗାଇପାରିବେ । ଦହି ମଧ୍ୟ ଶ୍ରୀକୃଷ୍ଣଙ୍କର ପ୍ରିୟ ବୋଲି ମାନ୍ୟତା ରହିଛି । ତେଣୁ ଶ୍ରଦ୍ଧାର ସହ ଦହି ଅର୍ପଣ କରିପାରିବେ ।

    ଋତୁକାଳୀନ ଫଳ:ଭଗବାନଙ୍କୁ ଫଳର ଭୋଗ ଲଗାଇବା ମଧ୍ୟ ଏକ ଭଲ ବିକଳ୍ପ । କଦଳୀ, ସେଓ, ପିଜୁଳି, ଡାଳିମ୍ବ କିମ୍ବା ବଜାରରେ ଉପଲବ୍ଧ ଅନ୍ୟ ଋତୁକାଳୀନ ଫଳକୁ ସଫା କରି କାହ୍ନାଙ୍କୁ ଅର୍ପଣ କରିପାରିବେ । ଏଥିପାଇଁ ଅଧିକ ସମୟ କିମ୍ବା ଖର୍ଚ୍ଚର ଆବଶ୍ୟକତା ନାହିଁ ।

    ପଞ୍ଜିରି:ଗୋବର୍ଦ୍ଧନ ପୂଜାରେ ପଞ୍ଜିରିର ଭୋଗ ମଧ୍ୟ ଲଗାଯାଇପାରିବ । ଅଟା, ଘିଅ ଓ ଚିନିରେ ଏହାକୁ ସହଜରେ ପ୍ରସ୍ତୁତ କରିହେବ । ଚିନି ବଦଳରେ ଧାଗା ମିଶ୍ରି ଗୁଣ୍ଡ ବ୍ୟବହାର କରିପାରିବେ। ଚାହିଁଲେ ଏଥିରେ ଶୁଖିଲା ଫଳ ମଧ୍ୟ ମିଶାଇପାରିବେ । ତେବେ କମ୍ ବଜେଟରେ ସାଧାରଣ ଅଟା ପଞ୍ଜିରି ମଧ୍ୟ ଭୋଗ ପାଇଁ ଯଥେଷ୍ଟ । ତେବେ ଗୋବର୍ଦ୍ଧନ ପୂଜାରେ ୫୬ ପ୍ରକାରର ଭୋଗ ଲଗାଇବା ସମ୍ଭବ ନହେଲେ ମନ ଦୁଃଖ କରନ୍ତୁ ନାହିଁ । ନିଜ ସାମର୍ଥ୍ୟ ଅନୁସାରେ ଭୋଗ ପ୍ରସ୍ତୁତ କରନ୍ତୁ । କାରଣ ଭଗବାନଙ୍କ ପାଖରେ ଭୋଗର ପରିମାଣ ନୁହେଁ, ଭକ୍ତଙ୍କ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତି ହିଁ ସବୁଠାରୁ ବଡ଼ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    53 %
    1.8kmh
    0 %
    Tue
    26 °
    Wed
    27 °
    Thu
    26 °
    Fri
    27 °
    Sat
    27 °

    ସମ୍ବନ୍ଧିତ