Tuesday, November 10, 2026
25 C
Odisha

    କମିଲା ପାରଦ ବଢ଼ିଲା ଶୀତ, ଆଜି ରାଜ୍ୟରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଲା ପାରଦ, ବଢ଼ିଲା ଶୀତ । ଆହୁରି କମିବ ରାତି ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ଆଜି ରାଜ୍ୟରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡ଼ି ୧୫, ଭବାନୀପାଟଣା୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁରରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି ।

    ଦାରିଙ୍ଗବାଡ଼ିରେ ମଧ୍ୟ ୧୫° ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତର ଲହରୀ ସହ ଘନ କାକରର ଆସ୍ତରଣ ଦେଖିବାକୁ ମିଳିଛି । ଏହିଭଳି ପାଗ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ସୁଷ୍କବାୟୁ ପ୍ରବାହିତ ହେବା ଯୋଗୁ ଉଭୟ ଦିନ ଓ ରାତି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    53 %
    1.8kmh
    0 %
    Tue
    26 °
    Wed
    27 °
    Thu
    26 °
    Fri
    27 °
    Sat
    27 °

    ସମ୍ବନ୍ଧିତ