Wednesday, March 18, 2026
22.3 C
Odisha

    ଆଜି ଚାନ୍ଦବାଲିରେ ୬ ଘଣ୍ଟିଆ ବନ୍ଦ ଡାକରା, ଖୋଲିବନି ଦୋକାନ ବଜାର, ସ୍କୁଲ ଓ କଲେଜ

    ଆଗକୁ ପଢନ୍ତୁ

     

    ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ଘଟଣା ପରେ ଗାଁରେ ଉତ୍ତେଜନା ଜାରି ଥିବା ବେଳେ, ମଙ୍ଗଳବାରଠୁ ହିଁ ଜାରି ରହିଛି ପ୍ରତିବାଦ । ଚୋରା ମଦ କାରବାର ଦ୍ବାରା ଏଭଳି ନାରକୀୟ କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ବାଲିଗାଁ ରାମପାଲିର ସତ୍ୟବ୍ରତ ଦାସ ଧରାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ତା ଘରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପରେ ଜିଲ୍ଲା ପ୍ରଶାସନ ବୁଲଡୋଜର ଚଢ଼ାଇ ମୁଖ୍ୟ ଅଭିଯୁକ୍ତ ଜବରଦଖଲ ଘରକୁ ମାଟିରେ ମିଶାଇଥିଲା । ତଥାପି ଲୋକେ ଶାନ୍ତ ପଡ଼ିନଥିଲେ। ପଞ୍ଚାୟତ ଅଫିସ ପଛକଡ଼େ ବର୍ବର କାଣ୍ଡ ଘଟିଥିବାରୁ ପଞ୍ଚାୟତ ଗେଟ ଭାଙ୍ଗି ଧସେଇ ପଶିଥିଲେ । ସ୍ଥିତି ଅଣାୟତ ଥିବାରୁ ପୂର୍ବାଞ୍ଚଳ ଡିଆଇଜି ବାଲିଗାଁ ଯାଇ ତଦନ୍ତ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ