Wednesday, April 1, 2026
38.4 C
Odisha

    ଆଜି ତହବୁର ରାଣାଙ୍କୁ ପ୍ରଶ୍ନ ପଚାରିବ ଏନ୍‌ଆଇଏ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆଜି  ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରମୁଖ ଷଡ଼ଯନ୍ତ୍ରକାରୀ ତହବୁର ରାଣାଙ୍କୁ ପ୍ରଶ୍ନ ପଚାରିବ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)।  ଗୁରୁବାର ରାତିରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ର ୧୮ ଦିନିଆ ହେପାଜତକୁ ପଠାଯାଇଥିଲା। କାରଣ ଆମେରିକାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା।

    ୬୪ ବର୍ଷୀୟ ରାଣା ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ଅବତରଣ କରିଥିଲେ ଏବଂ ଏନ୍‌ଆଇ ତାଙ୍କୁ ତୁରନ୍ତ ଗିରଫ କରିଥିଲା। ବିଳମ୍ବିତ ରାତିରେ ହୋଇଥିବା ଶୁଣାଣିରେ ତାଙ୍କୁ ପଟିଆଲା ହାଉସର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଯିଏ ତାଙ୍କୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ଆତଙ୍କବାଦ ନିରୋଧୀ ସଂସ୍ଥାକୁ ହାଜତ ରିମାଣ୍ଡରେ ପଠାଇ ଦେଇଥିଲେ।

    ୧୯୬୧ରେ ପାକିସ୍ତାନର ପଞ୍ଜାବରେ ଜନ୍ମ ହୋଇଥିଲା ଏହି କୁଖ୍ୟାତ ଆତଙ୍କୀ । ତହବୁର ରାଣା ପେଷାରେ ଜଣେ ଡାକ୍ତର । ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ସଦସ୍ୟ ଥିଲା ଏହି ଆତଙ୍କୀ । ପ୍ରଥମେ ସେ ପାକିସ୍ତାନୀ ସେନାରେ ଡାକ୍ତର ଭାବେ କାମ କରିଥିଲା । ପରେ ୧୯୯୭ରେ ତହବୁର କାନାଡ଼ା ଚାଲିଯାଇଥିଲା, ଆଉ ସେଠାକାର ନାଗରିକତ୍ବ ନେଇଥିଲା । ଅନ୍ୟତମ ମାଷ୍ଟରମାଇଣ୍ଡ ଡେଭିଡ୍ ହେଡଲି ସହ ବନ୍ଧୁତା ଜମାଇଥିଲା ତହବୁର । ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଉଭୟ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର । ଉଭୟ ମୁମ୍ବାଇ ଆସି ରେକି କରିଥିଲେ, ଆଉ କେଉଁଠି କେଉଁଠି ଆକ୍ରମଣ କରିହେବ ତାର ନକ୍ସା ପ୍ରସ୍ତୁତ କରିଥିଲେ । ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଇବାର ଆତଙ୍କୀ ମୁମ୍ବାଇ ଆକ୍ରମଣ ରଚିଥିଲେ । ୨୦୦୯, ୧୮ ଅକ୍ଟୋବରରେ ତହବୁରକୁ ଚିକାଗୋରେ ଗିରଫ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ