Sunday, October 11, 2026
29.5 C
Odisha

    ଆଜି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪ ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ। ତାଙ୍କ ନେତୃତ୍ଵରେ ଭାରତ ୧୯୬୫ ଯୁଦ୍ଧରେ ପାକିସ୍ତାନକୁ କଡା ଜବାବ ଦେଇଥିଲା। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ କମ୍ ସମୟ ପାଇଁ ଥିଲା। କିନ୍ତୁ ଦେଶର ବହୁ କଠିନ ସମୟରେ ସେ ବତ୍ତା ସମ୍ଭାଳିଥିଲେ। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ଏବେ ବି ରହସ୍ୟଘେରରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ